ନୂଆଦିଲ୍ଲୀ: ପାକିସ୍ତାନରେ ବର୍ତ୍ତମାନ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ବିଭିନ୍ନ ରାଜନେତାଙ୍କ ବୟାନକୁ ନେଇ ଚର୍ଚ୍ଚା ଜାରି ରହିଛି । ତେବେ ଏହା ମଧ୍ୟରେ ପାକିସ୍ତାନ ମୁସଲିମ ଲିଗର ନେତା ମରିୟମ ନୱାଜ ଶରିଫ ଇମ୍ରାନଙ୍କୁ କଡ଼ା ଜବାବ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତକୁ ପ୍ରଶଂସା କରିଥିଲେ । ଇମ୍ରାନଙ୍କ ଭାରତ ସପକ୍ଷବାଦୀ ବୟାନର ଦୃଢ଼ ଜବାବ ଦେଇଛନ୍ତି ମରିୟମ ।
ମରିୟମ କହିଛନ୍ତି ଯେ, କ୍ଷମତା ହାତରୁ ଚାଲିଯାଉଥିବାର ଦେଖି କିଛି ଲୋକ ପାଗଳ ହୋଇଗଲେଣି । ଯଦି ଇମ୍ରାନଙ୍କୁ ଭାରତ ଏତେ ପସନ୍ଦ, ତେବେ ସେ ପାକିସ୍ତାନ ଛାଡ଼ି ସେଠାକୁ ଚାଲି ଯାଆନ୍ତୁ । ସେ ପାକିସ୍ତାନରେ କ’ଣ ପାଇଁ ପଡ଼ି ରହିଛନ୍ତି, ତୁରନ୍ତ ଭାରତ ସିଫ୍ଟ ହୋଇଯିବା ତାଙ୍କ ପାଇଁ ବହୁତ ଭଲ ହେବ ।
ସୂଚନାଯୋଗ୍ୟ ଯେ, ବିଗତ କିଛିଦିନ ଧରି ଇମ୍ରାନଙ୍କ ବିରୋଧରେ ବିରୋଧୀମାନେ କଡ଼ା ଆଭିମୁଖ୍ୟ କରି ଗ୍ରହଣ ତାଙ୍କୁ ହଟାଇବାକୁ ପ୍ରୟାସ କରି ଆସିଛନ୍ତି । ଏପରି ସ୍ଥିତିରେ ଇମ୍ରାନ ଭାରତର ଦୈଦେଶିକ ନୀତିକୁ ପ୍ରଶଂସା କରିବାରେ ଲାଗିଛନ୍ତି । ଏକ କାର୍ଯ୍ୟକ୍ରମରେ ଜନତାଙ୍କୁ ସମ୍ବୋଧିତ କରିବାକୁ ଯାଇ ଇମ୍ରାନ ଭାରତକୁ ପ୍ରଶଂସା କରିଥିଲେ ।