fbpx

ଏହି ତାରିଖରେ ବିବାହ କରିବେ ରଣବୀର ଓ ଆଲିଆ: ଅଭିନେତ୍ରୀଙ୍କ ଦାଦା ଦେଲେ ସୂଚନା

ନୂଆଦିଲ୍ଲୀ: ବି ଟାଉନର ସେଲିବ୍ରିଟି କପଲ ରଣବୀର କପୁର ଓ ଆଲିଆ ଭଟ୍ଟ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ମନୋରଞ୍ଜନ ଦୁନିଆର ଏହି ବଡ ଖବରରେ ଆସିଛି ଏକ ନୂଆ ଅପଡେଟ୍ । ଚଳିତ ମାସରେ ବିବାହ କରିବାକୁ ଯାଉଛନ୍ତି ରଣବୀର ଓ ଆଲିଆ । ଏପ୍ରିଲ ମାସ ମଝିରେ ଉଭୟଙ୍କ ବାହାଘର ହେବ ବୋଲି ଖବର ଅସୁଥିବା ବେଳେ ବର୍ତ୍ତମାନ ଏକ ନିର୍ଦ୍ଦିଷ୍ଟ ତାରିଖ ସାମ୍ନାକୁ ଆସିଛି । ଆଲିଆ ଭଟ୍ଟଙ୍କ ଦାଦା ତଥା ବିକ୍ରମ ଭଟ୍ଟଙ୍କ ବାପା ରବିନ ଭଟ୍ଟ ଏହି ସୂଚନା ଦେଇଛନ୍ତି । ରଣବୀର ଏବଂ ଆଲିଆଙ୍କ ବାହାଘର ଏପ୍ରିଲ ମାସ ୧୪ ତାରିଖରେ ହେବ ବୋଲି ସୂଚନା ଦେଇଛନ୍ତି ରବିନ । ଏହା ସହିତ ଆଲିଆଙ୍କ ମେହେନ୍ଦୀ ଏପ୍ରିଲ ୧୩ ତାରିଖରେ ହେବ ।

ରଣବୀର କପୁରଙ୍କ ବାନ୍ଦ୍ରା ସ୍ଥିତ ଘର ‘ବାସ୍ତୁରେ ଏହି କପଲ ବିବାହ କରିବେ ବୋଲି ଜଣାପଡିଛି । କିଛି ଜଣାଶୁଣା ସେଲିବ୍ରିଟି ଏହି ବାହାଘରରେ ଯୋଗ ଦେବେ ବୋଲି ଜଣାପଡିଛି । କରଣ ଜୋହର, ଶାହରୁଖ ଖାନ୍, ସଞ୍ଜୟ ଲୀଲା ଭଂସାଲୀ, ଆକା„ା ରଞ୍ଜନ, ଅନୁଷ୍କା ରଞ୍ଜନ, ରୋହିତ ଧୱନ, ବରୁଣ ଧୱନ୍ ଏବଂ ଜୋୟା ଅଖତରଙ୍କ ପରି କିଛି ଜଣାଶୁଣା ସେଲିବ୍ରିଟିଙ୍କୁ ଏହି ବାହାଘର ପାଇଁ ଆମନ୍ତ୍ରଣ ମିଳିଛି । ଉଭୟ ହନିମୁନ୍ ପାଇଁ ସାଉଥ୍ ଆଫ୍ରିକା ଯିବାର ଯୋଜନା ରହିଛି ।

ବିବାହ ପରେ ଆଲିଆ ନିଜର ହଲିଉଡ୍ ଡେବ୍ୟୁ ଫିଲ୍ମ ହାର୍ଟ ଅଫ୍ ଷ୍ଟୋନର ଶୁଟିଂ ଆରମ୍ଭ କରିବେ । ଅନ୍ୟ ପକ୍ଷରେ ରଶ୍ମିକା ମନ୍ଦାନାଙ୍କ ବିପକ୍ଷରେ ସନ୍ଦୀପ ଭାଙ୍ଗା ରେଡ୍ଡୀଙ୍କ ଆନିମଲରେ ନଜର ଆସିବେ ରଣବୀର ।

Get real time updates directly on you device, subscribe now.