fbpx

ଭାରତୀୟ ରେଳବାଇ ଏବଂ ଡାକ ବିଭାଗ ମିଶି ଡୋର-ଟୁ-ଡୋର କରିବେ ଡେଲିଭରି, ଘରେ ବସି ପଠାଇ ପାରିବେ ପାର୍ସଲ

ଜିନିଷ ପରିବହନ କ୍ଷେତ୍ରରେ ସୁଧାର ଆଣିବା ଲାଗି ଭାରତୀୟ ରେଳବାଇ ଭାରତୀୟ ଡାକ ବିଭାଗ ସହିତ ମିଶି ଡୋର-ଟୁ-ଡୋର ଡେଲିଭରି ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି । ଭାରତୀୟ ରେଳବାଇ ଡାକ ବିଭାଗ ସହିତ ମିଶି ଏବେ ପାର୍ସଲ ଉତ୍ପାଦ ବିକଶିତ କରୁଛନ୍ତି । ଏହି ଯୋଜନା ମାଧ୍ୟମରେ ପହଞ୍ଚ ଠାରୁ ଆରମ୍ଭ କରି ସୁଦୁର ଅପହଞ୍ଚ ଇଲାକାରେ ମଧ୍ୟ ସେବା ଯୋଗାଇ ଦେବାକୁ ଚେଷ୍ଟା କରାଯିବ ବୋଲି ଭାରତୀୟ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ସୂଚନା ଦେଇଛନ୍ତି ।

ଏହି ବିଷୟରେ ସେ ଅଧିକ ସୂଚନା ଦେଇ କହିଛନ୍ତି ଯେ ଲୋକଙ୍କୁ ଏବେ ସେମାନଙ୍କ ଜିନିଷକୁ କୌଣସି ସ୍ଥାନକୁ ପଠାଇବା ପାଇଁ ଆଉ ରେଳ ଷ୍ଟେସନକୁ ଆସି ବୁକିଙ୍ଗ କରିବାକୁ ପଡିବ ନାହିଁ । ରେଳବାଇ ଏବେ ଡାକ ବିଭାଗ ସହିତ ମିଶି ସମଗ୍ର ଦେଶରେ ଡୋର-ଟୁ-ଡୋର ପାର୍ସଲ ଡେଲିଭରି ସେବା ଉପଲବ୍ଧ କରାଇବ । ଏହି ଯୋଜନାରେ ପାର୍ସଲ ଲୋକଙ୍କ ଘରୁ ହିଁ ଉଠାଯିବ । ବୁକିଙ୍ଗ ପରେ ରେଲ ଦ୍ୱାରା ଏହାର ପରିବହନ ହେବ, ଏବଂ ଏହାର ଗନ୍ତବ୍ୟ ସ୍ତଳରେ ପହଁଞ୍ଚାଯିବ ।

ଏହି ଯୋଜନାକୁ ଭାରତୀୟ ରେଳ ଏବଂ ଡାକ ବିଭାଗ ଦ୍ୱାରା ଏବେ ପାଇଲଟ ପ୍ରୋଜେକ୍ଟ ଭାବରେ ପରୀକ୍ଷା କରାଯାଉଛି । ଏହି ପ୍ରକଳ୍ପ ମାର୍ଚ୍ଚ ୩୧ ତାରିଖରୁ ସୁରତରୁ ବାରାଣାସୀ ମଧ୍ୟରେ ଆରମ୍ଭ ହୋଇସାରିଛି । ପାର୍ସଲକୁ ଲୋକଙ୍କ ଘରୁ ଉଠଇବା ଏବଂ ବୁକିଙ୍ଗ କରିବା କାର୍ଯ୍ୟ ଡାକ ବିଭାଗ ଦ୍ୱାରା ହେବ । ପୁର୍ବରୁ ମଧ୍ୟ ଲୋକେ ସେମାନଙ୍କର ଜିନିଷକୁ ରେଳବାଇ ଦ୍ୱାରା ପରିବହନ କରୁଥିଲେ । କିନ୍ତୁ ଏଥିପାଇଁ ସେମାନଙ୍କୁ ରେଳ ଷ୍ଟେସନକୁ ବୁକିଙ୍ଗ ପାଇଁ ଆସିବାକୁ ପଡୁଥିଲା ।

 

 

Get real time updates directly on you device, subscribe now.