fbpx

ସାମାନ୍ୟ ମୋବାଇଲ ପାଇଁ….. ସାଙ୍ଗକୁ ପଥରରେ ଛେଚି ହତ୍ୟା କଲା ଯୁବକ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ମୋବାଇଲ ଆଜିକାଲି ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି । ତେବେ ଉମରକୋଟରେ ଘଟିଯାଇଛି ଏମିତି କିଛି ଘଟଣା ଯାହା ଆପଣଙ୍କ ହୃଦୟ ଥରାଇଦେବ । ସାମାନ୍ୟ ମୋବାଇଲ ପାଇଁ ବନ୍ଧୁ ପାଲଟିଲା ବଇରୀ । ପଥରରେ ଛେଚି ହତ୍ୟାକଲା ଆଉ ଜଣେ ସାଙ୍ଗକୁ ।

ମୋବାଇଲ ଫୋନକୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସା ହେବା ପରେ ଏମିତି ପଦକ୍ଷେପ ନେଇଥିଲା ଜଣେ ସାଙ୍ଗ । କେଉଁ କାରଣ ପାଇଁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ତଦନ୍ତ ପରେ ସବୁ ଘଟଣା ସାମ୍ନାକୁ ଆସିବ ବୋଲି ପୋଲିସ ପ୍ରକାଶ କରିଛି । ଏହା ସହିତ ହତ୍ୟାକାରୀ ସାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ଉମରକୋଟ ପୁଲିସ ।

Get real time updates directly on you device, subscribe now.