fbpx

ବିଜ୍ଞାପନକୁ ନେଇ ପୁଣି ଚର୍ଚ୍ଚାରେ ବିଗ ବୀ: ଲିଗାଲ ନୋଟିସ ଦେବା ପରେ ମଧ୍ୟ କମ୍ପାନୀ ଦେଖାଉଛି ଆଡ୍

ବଲିଉଡ ବିଗ୍ ବୀ ଅମିତାଭ ନିଜ ଅଭିନୟକୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଅମିତାଭ ବଚ୍ଚନ ଫିଲ୍ମ ବ୍ୟତୀତ ଅନେକ ଟିଭି କମରସିଆଲରେ ମଧ୍ୟ ନଜର ଆସିଥାନ୍ତି । ତେବେ ବର୍ତ୍ତମାନ ଅମିତାଭ ଏକ ଟିଭି ଆଡକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ପ୍ରକୃତରେ ସେ ଗତ ବର୍ଷ ନଭେମ୍ବରରେ ଏକ ପାନ ମସଲା ବ୍ରାଣ୍ଡ ସହ ହୋଇଥିବା କ୍ରଣ୍ଟ୍ରାକ୍ଟକୁ ନେଇ ଲିଗାଲ ନୋଟିସ ପଠାଇଥିଲେ ଯାହା ଶେଷ ହୋଇଥିଲା । କମ୍ପାନୀ ଉପରେ ଅଭିଯୋଗ ରିହିଛି ଯେ ସେ କଣ୍ଟ୍ରାକ୍ଟ ଶେଷ ହେବା ପରେ ମଧ୍ୟ ଆଡକୁ ଟିଭିରେ ଦେଖାଉଛି ।

ଅମିତାଭ ବଚ୍ଚନ ନଭେମ୍ବରରେ ଏହା ଘୋଷଣା କରିଥିଲେ ଯେ ସେ କମଲା ପସନ୍ଦ କ୍ୟାପେନରୁ ଅଲଗା ହେଉଛନ୍ତି । ସେ ଏହି ନିଷ୍ପତ୍ତି ସେତେବେଳେ ନେଇଥିଲେ ଯେତେବେଳେ ଆଣ୍ଟି ଟୋବାକୋ ଅଭିଯାନ ସହ ଜଡ଼ିତ କିଛି ସଂସ୍ଥା ତାଙ୍କୁ ଏହି ବ୍ରାଣ୍ଡକୁ ସପୋର୍ଟ ନକରିବାକୁ ଅନୁରୋଧ କରିଥିଲେ । ଅମିତାଭ ବଚ୍ଚନ କମଲା ପସନ୍ଦର ଯେଉଁ ଆଡ୍ ରେ ନଜର ଆସିଥିଲେ, ରଣବୀର ସିଂହ ମଧ୍ୟ ସେଥିରେ ଥିଲେ । ତେବେ ବିରୋଧ ପରେ ବିଜ୍ଞାପନକୁ ବନ୍ଦ କରାଯାଇଥିଲା ।

ଏକ ରିପୋର୍ଟ ଅନୁଯାୟୀ ଅଭିତାଭ ବଚ୍ଚନ କମଲା ପସନ୍ଦକୁ ଏକ ଲିଗାଲ ନୋଟିସ ପଠାଇଥିଲେ ଯେ ଫଳରେ ସେହି ବିଜ୍ଞାପନକୁ ପ୍ରସାରଣ ଉପରେ ରୋକ ଲଗାଯାଇପାରିବ । ବିଗ ବୀ ଏଣ୍ଡ୍ରୋସମେଣ୍ଟ ଏଗ୍ରୀମେଣ୍ଟ ଶେଷ ହେବା ପରେ ବି କମଲା ପସନ୍ଦ ବିଜ୍ଞାପନ ଟିଭିରେ ଦେଖାଉଛି । ଯାହାକୁ ନେଇ ଏବେ ପୁଣି ବିବାଦ ଦେଖାଦେଇଛି ।

ଏହି ବିଜ୍ଞାପନରୁ ହଟିବା ସମୟରେ ସେ କହିଥିଲେ ଯେ ଏହି ବିଜ୍ଞାପନ ସରୋଗେଟ ବିଜ୍ଞାପନ ମଧ୍ୟରେ ଆସୁଛି, ଯାହା ସେ ପୂର୍ବରୁ ଜାଣିନଥିଲେ ।  ସରୋଗେଟ ବିଜ୍ଞାପନ ସେହି ବିଜ୍ଞାପନ କୁହାଯାଏ ଯେଉଁଥିରେ ତମ୍ବାକୁ, ସିଗାରେଟ ଏବଂ ମଦ ଭଳି ଦ୍ରବ୍ୟର ପ୍ରଚାର କରାଯାଉଥାଏ । ଏହି ଆଡକ୍ୁ ନେଇ ଅମିତାଭ ଅତୀତରେ ସମାଲୋଚିତ ମଧ୍ୟ ହୋଇଥିଲେ ।

Get real time updates directly on you device, subscribe now.