ସଂସଦୀୟ କ୍ଷେତ୍ରରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସାଂସଦ: ରଖିଲେ ପ୍ରତିକ୍ରିୟା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ସୋମବାର ଖୋର୍ଦ୍ଧା ସଂସଦୀୟ କ୍ଷେତ୍ରରେ ଗମନା ଗମନ ସରଳୀକରଣ , ଦୁର୍ଘଟଣା ରୋକିବା ଓ ସଡକ ପଥର ବିକାଶ କୁ ନେଇ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଉପରେ ପ୍ରତିକ୍ରିୟା ରଖିଛନ୍ତି ।
ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ରାଫିକ ସମସ୍ୟାର ସମାଧାନ, ଦୁର୍ଘଟଣା ରୋକିବା ଓ ଗମନାଗମନକୁ ସରଳ କରିବା ପାଇଁ ପ୍ରୟାସ ଜାରି ରହିଥିବା ନେଇ କହିଛନ୍ତି । ଫେବୃଆରୀରେ ସ୍ୱୀକୃତି ମିଳିବା ପରେ ୧୫୭ କୋଟି ୪୯ ଲକ୍ଷ ଟଙ୍କାରେ ଖୋର୍ଦ୍ଧା ଟାଉନ ବାଇପାସ ଆରମ୍ଭ ହେବାକୁ ଯାଉଥିବା ନେଇ କହିଛନ୍ତି ସାଂସଦ । ଏହି କାମ ଅକ୍ଟୋବର ମାସରେ ଆରମ୍ଭ ହେବ ବୋଲି କହିଛନ୍ତି ସାଂସଦ । ଏହା ସହ ୩ ଟି ଅଣ୍ଡରପାସ ଏବଂ ଗୋଟିଏ ଫ୍ଲାଏ ଓଭର କରାଯିବ ।

ସେହିପରି କସମୋପୋଲିସ ନିକଟରେ ଫ୍ଲାଏ ଓଭର , ସତସଙ୍ଗ ବିହାର ଏବଂ କ୍ରାଉନ ହୋଟେଲ ନିକଟରେ ଫୁଟ ଓଭର ବ୍ରିଜ ନେଇ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲିବୋଲି କହିଛନ୍ତି ସାଂସଦ । ଏହା ବ୍ୟତୀତ ୫୭୪୪ କୋଟି ଟଙ୍କାରେ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଠାରୁ କଟକ ଟାଙ୍ଗି ଯାଏ ୧୧୧ କିମି ବିଶିଷ୍ଟ ଏହି ରିଙ୍ଗ ରୋଡ଼ ପର୍ଯ୍ୟନ୍ତ କ୍ୟାପିଟାଲ ରିଜନ ରିଙ୍ଗ ରୋଡ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ କହିଛନ୍ତି ସାଂସଦ । ସେହିପରି ପଳାଶୁଣି ଛକରେ ଫ୍ଲାଏ ଓଭର, ଯାଆଁଳା ନିକଟରେ ଅଣ୍ଡରପାସ ଓ ଗଙ୍ଗପଡା ନିକଟରେ ଏକ ଓଭର ବ୍ରିଜ ନେଇ କେନ୍ଦ୍ରମନ୍ତ୍ରୀ ଙ୍କୁ ଅବଗତ କରାଇବା ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ।