fbpx

ଆସିଲା ଦୁନିଆର ସବୁଠୁ ଛୋଟ ପ୍ରିଣ୍ଟର: ପକେଟରେ ନେଇ ବୁଲିପାରିବେ ଗ୍ରାହକ, ଜାଣନ୍ତୁ କଣ ରହିଛି ଦାମ

ନୂଆଦିଲ୍ଲୀ: ଏବେ ସବୁ ଜିନିଷ ପାଇଁ ବିକଳ୍ପ ଖୋଜା ଚାଲିଛି । ବିଶେଷକରି ଇଲେକ୍ଟ୍ରୋନିକ ଗ୍ୟାଜେଟରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଇ-କମର୍ସରେ ଏମିତି ଏକ ପ୍ରିଣ୍ଟର ଉପଲବ୍ଧ ରହିଛି, ଯାହା ଆପଣ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ପାରିବେ । ଆପଣଙ୍କ ବ୍ୟାଗ ଏପରିକି ପକେଟରେ ମଧ୍ୟ ଏହାକୁ ଆପଣ କ୍ୟାରି କରି ପାରିବେ । ଏହାକୁ ଚାର୍ଜ କରି ଆପଣ ବ୍ୟବହାର କରିପାରନ୍ତି । ତେବେ ଆସନ୍ତୁ ଜାଣିବା ଏହାର ଆଉ କିଛି ବିଶେଷତା ।

ଅଫିସ କାମ କିମ୍ବା ପିଲାମାନଙ୍କ ପ୍ରୋଜେକ୍ଟ ପାଇଁ ପ୍ରିଣ୍ଟରର ଆବଶ୍ୟକତା ପଡିଥାଏ । ତେବେ ଏହି ପ୍ରିଣ୍ଟର ଘରେ ରଖିବା ପାଇଁ ଅନେକ ଜାଗା ଦରକାର କରେ । କିନ୍ତୁ ଏବେ ମାର୍କେଟକୁ ଏମିତି ଏକ ପ୍ରିଣ୍ଟର ଆସିଛି, ଯାହା ଖୁବ ଛୋଟ ଏବଂ ସହଜରେ ବ୍ୟହାର କରାଯାଇ ପାରିବ । ଆପଣ ଏହାକୁ ପକେଟରେ ମଧ୍ୟ ନେଇ ଯିବା-ଆସିବା କରିପାରିବେ । ତେବେ ମୋବାଇଲ ସହିତ କନେକ୍ଟ କରି ଆପଣ ଏହା ଦ୍ୱାରା କିଛି ପ୍ରିଣ୍ଟ କରିପାରିବେ । ଇ-କମର୍ସରେ ପ୍ଲାଟଫର୍ମ ଆମାଜନରେ ପୋର୍ଟେବଲ ପ୍ରିଣ୍ଟରର ଅନେକ ବିକଳ୍ପ ଉପଲବ୍ଧ ରହିଛି । ତେବେ ପେପରାଙ୍ଗ ବ୍ରାଣ୍ଡର ପୋର୍ଟେବଲ ପ୍ରିଣ୍ଟର ଆପଣ ରେ ପାଇପାରିବେ । ଏହାକୁ ସ୍ମାର୍ଟଫୋନ ସହିତ କନେକ୍ଟ କରି ସହଜରେ ବ୍ୟବହାର କରିପାରିବେ ।

ତେବେ ଏହାକୁ ବ୍ୟବହାର କରିବା ପାଇଁ ମୋବାଇଲରେ ପେପରାଙ୍ଗ ଆପ ଡାଉନଲୋଡ କରିବାକୁ ପଡିବ । ଏହାର ବିଭିନ୍ନ ଅପ୍ସନରେ ଆପଣ ଫାଷ୍ଟ ଏବଂ ସହଜରେ ପ୍ରିଣ୍ଟିଙ୍ଗ କରିପାରିବେ । ପ୍ରିଣ୍ଟର ସହିତ ଆପଣ ଏକ ପେପର ରୋଲ, ୟୁଏସବି ଚାର୍ଜିଙ୍ଗ କେବଲ ଏବଂ ଏକ ୟୁଜର ଗାଇଡ ମିଳିବ ।

Get real time updates directly on you device, subscribe now.