୬ ପିଲାଙ୍କୁ ଛାଡ଼ି ପ୍ରେମି ସହିତ ଫେରାର୍ ହେଲେ ମହିଳା

ନିଜର ୬ ପିଲାଙ୍କୁ ଛାଡ଼ି ପ୍ରେମୀଙ୍କ ସହିତ ଫେରାର୍ ହୋଇଯାଇଛନ୍ତି ଜଣେ ମହିଳା । ମଧ୍ୟପ୍ରଦେଶର ବିଦୀଶା ଅଞ୍ଚଳରୁ ଆସିଥିବା ଏକ ଖବର ମୁତାବକ ଜଣେ ଯୁବକଙ୍କ ପ୍ରେମରେ ମହିଳା ଜଣକ ଏପରି ପାଗଳ ହୋଇ ଗଲେ ଯେ ସେ ତାଙ୍କର ୬ପିଲାଙ୍କ କଥା ଭାବି ନାହାନ୍ତି । ସୂଚନା ମୁତାବକ ୩୦ ବର୍ଷୀୟ ମହିଳା ଜଣଙ୍କର ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଛି । ସେ ଏକାକୀ ନିଜର ୬ ନିରିହ ପିଲାଙ୍କ ସହିତ ରହୁଥିଲେ ।

ବିଦୀଶାର ସମଶାବାଦ ଅଞ୍ଚଳର ଏହି ଘଟଣା ବୋଲି ଜଣା ପଡିଛି । ମହିଳା ଜଣକ ନିଜର ୬ ପିଲାଙ୍କୁ ନିର୍ଦ୍ଦୟ ହୋଇ ଛାଡ଼ି ଚାଲିଯାଇଛନ୍ତି । ପୁର୍ବରୁ ପିଲାମାନଙ୍କ ମୁଣ୍ଡ ଉପରୁ ପିତାଙ୍କ ହାତ ଉଠିଯାଇଥିବା ବେଳେ ବର୍ତ୍ତମାନ ସେମାନଙ୍କ ମା ମଧ୍ୟ ସେମାନଙ୍କୁ ଛାଡ଼ି ପଳାଇଛନ୍ତି । ଏହି ୬ ଶିଶୁଙ୍କ ମଧ୍ୟରୁ ୫ଜଣ ଝିଅ ଏବଂ ଜଣେ ପୁଅ ଅଟନ୍ତି । ଏଭଳି ପରିସ୍ଥିତିରେ ପିଲାମାନଙ୍କ ଭାଗ୍ୟ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । ପୋଲିସ ଏହି ଘଟଣାରେ ମହିଳାଙ୍କ ନିଖୋଜ ହେବା ନେଇ ଏକ ମାମଲା ଦାଖଲ କରିଛି ।

ମହିଳା ଜଣଙ୍କର ନଣନ୍ଦ ପୋଲିକୁ ତାଙ୍କ ଭାଉଜଙ୍କ ଆକାଉଣ୍ଟକୁ ବନ୍ଦ କରିବାକୁ କହିଛନ୍ତି । ନଣନ୍ଦଙ୍କୁ କହିଛନ୍ତି ଯେ ତାଙ୍କ ଭାଇଙ୍କର ପାଣି ଟାଙ୍କିରୁ ପଡି ମୃତ୍ୟୁ ହୋଇଯାଇଥିଲା । ଏହା ପରେ ତାଙ୍କୁ ସହାୟତା ଭାବରେ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିଥିଲା । ତେଣୁ ବର୍ତ୍ତମାନ ସେ ଦାବି କରିଛନ୍ତି ଯେ ଏହି ଟଙ୍କା ତାଙ୍କ ଭାଉଜକୁ ନମିଳୁ ।