fbpx

ଏସ-୪୦୦ ଟ୍ରେନିଂ ସ୍କ୍ୱାର୍ଡନ ପାଇଁ ଭାରତକୁ ମିଳିଲା ସିମୁଲେଟର ଉପକରଣ

ଋଷ ୟୁକ୍ରେନ ଯୁଦ୍ଧ ଭିିତରେ ଭାରତକୁ ମସ୍କୋଠାରୁ ଏସ-୪୦୦ ଟ୍ରାୟମ୍ଫ ଏୟାର ଡିଫେନ୍ସ ମିସାଇଲର ଟ୍ରେନିଂ ସ୍କ୍ୱାର୍ଡନ ପାଇଁ ସିମୁଲେଟର ଏବଂ ଅନ୍ୟ ଉପକରଣ ମିଳିଛି । ଏହା ସାହାଯ୍ୟରେ ଏସ-୪୦୦ର ଟ୍ରେନିଂ ନେବେ ସ୍କ୍ୱାର୍ଡନ । ଏଥିରେ କେବଳ ସିମୁଲେଟର ଏବଂ ଅନ୍ୟ ପ୍ରଶିକ୍ଷଣ ସମ୍ବନ୍ଧୀୟ ଉପକରଣ ରହିଥାଏ । ଏଥିରେ କୌଣସି ମିସାଇଲ କିମ୍ବା  ଲଞ୍ଚର ନଥାଏ ।

ଏକ ରିପୋର୍ଟ ଅନୁଯାୟୀ ୟୁକ୍ରେନ ଏବଂ ଋଷ ମଧ୍ୟରେ ସଂଘର୍ଷ ଜାରି ରହିଥିବାବେଳେ ମଧ୍ୟ ମସ୍କୋରୁ ପ୍ରତିରକ୍ଷା ସରଞ୍ଜାମ ଆମଦାନୀ ଜାରି ରହିଛି । ନିକଟରେ ଭାରତୀୟ ସେନାକୁ ଓଭରହୋଲ୍ଡ ଏୟାରକ୍ରାଫ୍ଟ ଇଞ୍ଜିନ ଏବଂ ଅନ୍ୟାନ୍ୟ ଯନ୍ତ୍ରାଂଶର ଗୋଟିଏ ବ୍ୟାଚ ମିଳିଥିଲା । ଅବଶ୍ୟ ଏନେଇ ଏବେବି ଦ୍ୱନ୍ଦ ଲାଗିରହିଛି ଯେ ଏହା ଆଗକୁ ମଧ୍ୟ ଜାରି ରହିବ କି ନାହିଁ । କାରଣ ଯୁଦ୍ଧକୁ ନେଇ ଋଷର ବ୍ୟାଙ୍କ ମାନଙ୍କ ଦ୍ୱାରା ବିଭିନ୍ନ କଟକଣା ଯୋଗୁଁ କାରବାରରେ ବାଧା ଉପୁଜିପାରେ ।

ମିଳିଥିବା ସୂଚନା ଅନୁଯାୟୀ, ଭାରତ ଏବଂ ଋଷ ଏହି ପ୍ରସଙ୍ଗରେ ସମାଧାନ ପାଇଁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଅନ୍ୟ ବିକଳ୍ପ ଉପରେ ଆଲୋଚନା କରାଯାଉଛି । ଭାରତ ଋଷ ସହ ହତିଆର କିଣିବାରେ ବଡ଼ ଉପଭୋକ୍ତାଙ୍କ ମଧ୍ୟରୁ ଜଣେ । ଭାରତ ଋଷ ଠାରୁ ଲଢ଼ୁଆ ବିମାନ, ପରିବହନ ବିମାନ, ହେଲିକପ୍ଟର, ବୁଡ଼ାଜାହାଜ, ଟ୍ୟାଙ୍କ୍, ଯୁଦ୍ଧ ବାହନ ଇତ୍ୟାଦି କିଣିଥାଏ ।

 

Get real time updates directly on you device, subscribe now.