fbpx

ପୁଅ ଆଖି ସାମ୍ନାରେ ସମୁଦ୍ର ଜଳରେ ବୁଡ଼ିଗଲେ ବାପା, ଯେତେ ଡାକିଲେ ବି ଆଉ ଫେରିଲେନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ଧାମ ପୁରୀକୁ ବର୍ଷସାରା ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସିଥାନ୍ତି । ଏହି ଅବସରରେ ପୁରୀ ସମୁଦ୍ରରେ ସ୍ନାନ କରିବାର ମଜା ଉଠାଇବାକୁ କେହି ଭୁଲନ୍ତି ନାହିଁ । ପୁରୀ ବେଳାଭୂମିରେ ମଜା ନେଉଥିବା ବେଳେ ଅନେକ ସମୟରେ ଅନେକ ଲୋକଙ୍କର ଜୀବନ ଚାଲି ଯାଇଛି ।

ତେବେ ଆଜି ପୁରୀରୁ ଏକ ଦୁଃଖଦ ଖବର ଆସିଛି । ବାପ-ପୁଅ ସାଙ୍ଗ ହୋଇ ଗାଧୋଉଥିବା ସମୟରେ ହଠାତ୍ ମାଡ଼ି ଆସିଥିଲା ଭୟଙ୍କର ବିପତ୍ତି । ସମୁଦ୍ରର ଅଶାନ୍ତ ଜଳରାଶିରେ ହଠାତ୍ ବାପା ଭାସିଯାଇଥିଲେ । ଏହି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି । ଏହି ଭିଡିଓକୁ ଦେଖିବା ପରେ ଆପଣଙ୍କର ଆଖରେ ଲୁହ ଆସଯିବ । ନିଖୋଜ ଯୁବକଙ୍କ ଘର ବାଲେଶ୍ୱର ଓ ତାଙ୍କର ନାମ ବଂଶୀଧର ବେହେରା ବୋଲି ଜଣାପଡ଼ିଛି । ବଂଶୀଧର ନିଖୋଜ ଖବର ପାଇବା ପରେ ଉଦ୍ଧାରକାରୀ ଟିମ୍ ଖୋଜାଖାଜି ଆରମ୍ଭ କରିଦେଇଛନ୍ତି ।

ପୁରୀ ବେଳାଭୂମିର ମଜା ନେଉଥିବା ସମୟରେ ଅଘଟଣ ଘଟିବା ଏକ ସାଧାରଣ ଘଟଣା । ପୂର୍ବରୁ ଅନେକ ଲୋକ ଏହାର ଶିକାର ହୋଇଛନ୍ତି । ଗତବର୍ଷ ଅକ୍ଟୋବର ମାସରେ ୩ ଜଣ ପର୍ଯ୍ୟଟକ ସମୁଦ୍ରରେ ଗାଧୋଉଥିବା ସମୟରେ ବୁଡ଼ି ଯାଇଥିଲେ । ପରେ ଉଦ୍ଧାରକାରୀ ଟିମ୍ ୨ ଜଣଙ୍କୁ ଉଦ୍ଧାର କରିଥିଲେ । ସେହିପରି ଅକ୍ଟୋବର ମାସରେ ସମୁଦ୍ରରେ ଗାଧୋଉଥିବା ସମୟରେ ୪ ଜଣ ବଙ୍ଗୀୟ ପର୍ଯ୍ୟଟକ ନିଖୋଜ ହୋଇଯାଇଥିଲେ ।

Get real time updates directly on you device, subscribe now.