ପେଟରେ ଅଟକିି ରହିଥିଲା ମୃତ ଛୁଆ, ନାଳରେ ପଡ଼ି ଛଟପଟ ହେଉଥିଲା ମାଙ୍କଡ଼ । ଏହି ସମୟରେ ଦେବଦୂତ ଭାବେ ଆସିଥିଲେ ଜଣେ ପୋଲିସ କର୍ମୀ, ଆଉ ବଞ୍ଚାଇଦେଇଥିଲେ ଯନ୍ତ୍ରଣା ଜର୍ଜରିତ ହେଉଥିବା ସେହି ଗର୍ଭିଣୀ ମାଙ୍କଡ଼ର ଜୀବନ ।
ଉତ୍ତରପ୍ରଦେଶ ପୋଲିସ୍ ର ଜଣେ କନଷ୍ଟବଲ ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାହା ପୋଲିସ କର୍ମୀଙ୍କୁ ମାନବତାର ଉଦାହରଣ ଦେଉଛି । ଆଉ ଚାରିଆଡ଼େ ତାଙ୍କର ପ୍ରଂଶସା କରାଯାଉଛି । ପ୍ରକୃତରେ ଏହି ପୋଲିସକର୍ମୀ ମାଙ୍କଡ଼ର ଗର୍ଭରେ ଫସିଥିବା ମୃତ ମାଙ୍କଡ଼ ଛୁଆକୁ ବାହରକୁ ବାହର କରି ତା’ର ଜୀବନ ବଞ୍ଚାଇଛନ୍ତି । ଘଟଣା ଉତ୍ତରପ୍ରଦେଶର ଫତେପୁର ଜିଲ୍ଲାର । ଏହି ଘଟଣାର ଭିଡିଓ ପୋଲିସ ନିଜ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି ।
ସୂଚନା ଅନୂଯାୟୀ, ଗର୍ଭିଣୀ ମାଙ୍କଡ଼ର ପେଟରେ ମୃତ ଛୁଆଟି ଅଟକି ରହିଥିଲା ଫଳରେ ମାଙ୍କଡ଼ଟିକୁ ଅତ୍ୟଧିକ ଯନ୍ତ୍ରଣା ହେଉଥିଲ । ତାକୁ ଏଭଳି ଭାବରେ ନାଳରେ ପଡ଼ି ଛଟପଟ ହେଉଥିବାର ଦେଖି ଫତେହପୁର ଖାଗା ଥାନାରେ କନଷ୍ଟେବଲ ବିନୋଦ କୁମାର ମାଙ୍କଡ଼କୁ ସାହଯ୍ୟ କରିଥିଲେ ଏବଂ ତା’ର ଗର୍ଭରେ ଅଟକି ରହିଥିବା ସେହି ମୃତ ଛୁଆଟିକୁ ବାହାରକୁ ବାହାର କରିଥିଲେ । ଫଳରେ ମାଙ୍କଡ଼ଟିର ଜୀବନ ବଞ୍ଚିଯାଇଥିଲା ।
ଏହି ଘଟଣାର ଭିଡିଓ ଶେୟାର କରିବା ସହ ଫତେହପୁର ପୋଲିସ ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ତାଙ୍କର ଖୁବ୍ ପ୍ରଶଂସା କରାଯାଉଛି ।
#UP112 में #PRV-3521 थाना खागा पर तैनात आरक्षी विनोद कुमार द्वारा बंदरिया के गर्भ में फंसे मृत बच्चे को बाहर निकालकर बंदरिया की जान बचाई गयी। @Uppolice @ADGZonPrayagraj @igrangealld pic.twitter.com/2mMnZxOIDi
— FATEHPUR POLICE (@fatehpurpolice) April 16, 2022