fbpx

ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ୍, ୨୪ ଘଣ୍ଟାରେ ଡ୍ୟୁଟିରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସମସ୍ତ ପୋଲିସ କର୍ମଚାରୀଙ୍କୁ ଛୁଟି ବାତିଲ କରିଛନ୍ତି ଉତ୍ତରପ୍ରଦେଶ ସରକାର । ଏହା ସହ ଛୁଟିରେ ଯାଇଥିବା ପୋଲିସ କର୍ମଚାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଡ୍ୟୁଟିରେ ଯୋଗ ଦେବାକୁ ଆଦେଶ ଜାରି କରିଛନ୍ତି । ଏପରି ନିଷ୍ପତ୍ତି ଦେଶର ଅଧିକାଂଶ ଅଞ୍ଚଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ନିଆଯାଇଛି, ଯାହାଫଳରେ ରାଜ୍ୟରେ ଆଇନଶୃଙ୍ଖଳା ସବୁବେଳେ ସଜାଗ ରହିବ । ଏହି ବାବଦରେ ଲିଖିତ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ, ଆଗାମୀ ଦିନରେ ଉତ୍ସବକୁ ଦୃଷ୍ଟିରେ ରଖି ପୋଲିସର ଛୁଟି ବାତିଲ କରାଯାଇଛି । ଏହା ସହ ଉତ୍ତରପ୍ରଦେଶ ସରକାର ଆଉ ଏକ ନିଷ୍ପତ୍ତି ନେଇଛନ୍ତି । ସେଥିରେ ସରକାରୀ ଅଧିକାରୀଙ୍କ ମଧ୍ୟାହ୍ନ ଭୋଜନର ସମୟ ସ୍ଥିର କରାଯାଇଛି ।

ନିଷ୍ପତ୍ତି ଅନୁସାରେ, ସରକାରୀ କାର୍ଯ୍ୟାଳୟରେ ୧ ରୁ ୧:୩୦ ମଧ୍ୟରେ ମଧ୍ୟାହ୍ନ ଭୋଜନ ସମୟ ରହିବ । ଆଦେଶରେ କୁହାଯାଇଛଇ ଯେ, ସରକାରୀ କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ ମାତ୍ର ଅଧ ଘଣ୍ଟା ହେବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟ ଶାସନ ସଚିବ ଏ ବାବଦରେ ଏକ ନିର୍ଦ୍ଦେଶ ଦେଇଛନ୍ତି । ସିଏମ୍ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି ଯେ ମଧ୍ୟାହ୍ନ ଭୋଜନ ସମୟ ଅଧ ଘଣ୍ଟାରୁ ଅଧିକ ହେବ ନାହିଁ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଥିଲା ।

Get real time updates directly on you device, subscribe now.