fbpx

ଏଲିୟନ ବି ଶୁଣୁଛନ୍ତି! କଥା ହେବା ପାଇଁ ବୈଜ୍ଞାନିକ କରୁଛନ୍ତି ଏହି ଯୋଜନା

ଏଲିୟନ ଅବସ୍ଥିତି ଏବେବି ବୈଜ୍ଞାନିକଙ୍କ ପାଇଁ ରହସ୍ୟ ପାଲଟିଛି । କିନ୍ତୁ ଅନେକ ସମୟରେ ଏଲିୟନ୍ସଙ୍କୁ ନେଇ ଏଭଳି ଘଟଣା ସମ୍ନାକୁ ଆସିଥାଏ ଯାହାକୁ ଶୁଣି ସେମାନଙ୍କ ବିଷୟରେ ଆହୁରି କୌତୁହଳ ସୃଷ୍ଟି ହୁଏ । ଅନେକ ସମୟରେ ଫିଲ୍ମ ରେ ମଧ୍ୟ ଏଲିୟନଙ୍କ ବିଷୟରେ ଦେଖିବାକୁ ମିଳିଥାଏ । ଏହାରି ମଧ୍ୟରେ ନିକଟରେ କିଛି ବୈଜ୍ଞାନିକମାନେ ଯୋଜନା କରିଛନ୍ତି ଯେ ସେମାନେ ଏଲିୟନଙ୍କୁ ତାଙ୍କ ଭାଷାରେ ମେସେଜ ପଠାଇବେ । ଏହି ପ୍ଲାନ ଉପରେ ନାସାର ବୈଜ୍ଞାନିକ ମଧ୍ୟ ଲାଗିପଡ଼ିଛନ୍ତି ।

ପ୍ରକୃତରେ କାଲିଫୋର୍ଣ୍ଣିଆରେ ନାସାର ଜେଟ ପ୍ରୋପେଲ୍ସନ ଲାବ୍ରୋଟୋରୀରେ ଡା. ଜନାଥନ ଜିୟାଙ୍ଗଙ୍କ ଅଧ୍ୟକ୍ଷତାରେ ବୈଜ୍ଞାନିକ ଏହା ଉପରେ କାମ କରୁଛନ୍ତି । ‘ଦ ଗାର୍ଡିଆନ’ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବାଇନାରୀ ମେସେଜ ପ୍ରସାରିତ କରିବା ପାଇଁ ଯୋଜନା କରାଯାଉଛି । ଏହା ଏକ ପ୍ରକାରର ରେଡିଓ ସିଗ୍ନାଲ ହେବ । ଯାହା ମାଧ୍ୟମରେ ମେସେଜ ପଠାଯିବ । ଏହାକୁ ଏଲିୟନଙ୍କ ଭାଷାରେ ହିଁ ଡିକୋଡ୍ କରାଯିବ । ଆଉ ଏହି ପ୍ଲାନ ବିଷୟରେ ସାମ୍ନାକୁ ଆସିବା ପରେ ଏଲିୟନଙ୍କ ବିଷୟରେ ସୂଚନା ରଖୁଥିବା ଲୋକଙ୍କ ପାଇଁ କୌତୁହଳ ଆହୁରି ବଢ଼ିଯାଇଛି ।

ରିପୋର୍ଟ ଅନୁଯାୟୀ ନାସାର ବୈଜ୍ଞାନିକମାନେ କିଛି ଡିଏନଏ ସାମ୍ପୁଲ ଏବଂ ପୃଥିବୀର ଲୋକେସନ ଏଲିୟନ୍ସଙ୍କ ପାଖକୁ ପଠାଇବାକୁ ଚାହୁଛନ୍ତି । ଏହି ମେସେଜ ରେଡିଓ ସିଗ୍ନାଲ ମାଧ୍ୟମରେ ପଠାଯିବ । କିଛି ରିପୋର୍ଟରେ ଏହା ମଧ୍ୟ କୁହାଯାଉଛି ଦୁଇବର୍ଷ ତଳେ ହଠାତ୍ ଏକ ରହସ୍ୟମୟ ରେଡିଓ ସିଗ୍ନାଲ ପୃଥିବୀରେ ବାଡ଼େଇ ହୋଇଥିଲା । କୁହାଯାଇଥିଲା ଯେ ଏଲିୟନ୍ସ ଦୁନିଆରୁ ପୃଥିବୀକୁ କିଛି ମେସେଜ୍ ପଠାଯାଇଥିଲା । ଆଉ ବର୍ତ୍ତମାନ କରାଯାଉଥିବା ଯୋଜନା ଏହାକୁ ଦେଖି କରାଯାଉଛି ।

ଅବଶ୍ୟ ଏହି ରେଡିଓ ଲହର କିଛି ସମୟ ପାଇଁ ଥିଲା ଏବଂ ଏହା ସଙ୍ଗେ ସଙ୍ଗେ ଗାଏବ ହୋଇଯାଇଥିଲା । କିନ୍ତୁ ଏହି ରେଡି ୱେଭର ଖୋଜ ଏକ ମହତ୍ତ୍ୱପୂର୍ଣ୍ଣ ଖୋଜ୍ ଥିଲା । ପ୍ରଥମ ଥର ପୃଥିବୀର ଏତେ ପାଖରେ ଏବଂ ଏତେ ତୀବ୍ର ରେଡିଓ ସିଗ୍ନାଲ ବାଡ଼େଇ ହୋଇôତଲା । ଏହା ବିଷୟରେ କୁହାଯାଇଥିଲା ଯେ ଏହି ମେସେଜ ,ଏଲିୟନଙ୍କ ତରଫରୁ ଆସିଥିଲା । ଏହି ସିଗ୍ନାଲରେ ଆସିଥିବା ମେସେଜକୁ ବୁଝିବାକୁ ଚେଷ୍ଟା କରାଯାଇଥିଲା । ଏବେ ଏହି ଫ୍ରିକ୍ୱେନ୍ସିରେ ସିଗ୍ନାଲ ପଠାଯିବ ।

ଏହାକୁ ନେଇ ଆଉ ଏକ ରିପୋର୍ଟ ରହିଛି ଯେଉଁଥିରେ କୁହାଯାଇଛି ଯେ ଅନ୍ତରୀକ୍ଷରେ ଶକ୍ତିଶାଳୀ ରେଡିଓ ୱେଭର ପ୍ରମାଣ ମିଳିଛି । ଏହି ସିଗ୍ନାଲ ଠିକ୍ ସେହି ସ୍ଥାନରେ ମିଳିଛି ଯେଉଁଠାରେ ପୂର୍ବରୁ ଏଲିୟନ ରହିବା ନେଇ ଅସ୍ପଷ୍ଟ ସଙ୍କେତ ମିଳିଥିଲା । ଏହା ପରେ ବୈଜ୍ଞାନିକ ମାନେ ରେଡିଓ ଟ୍ରାନ୍ସମିଟର ଜରିଆରେ ମେସେଜ ପଠାଇବା ପାଇଁ ପ୍ରସ୍ତତି କରିଥିଲେ । ତେବେ ଦେଖିବାକୁ ବାକି ରହିଲା ଯେ ବୈଜ୍ଞାନିକମାନେ ଏଥିରେ କେତେ ସଫଳ ହେଉଛନ୍ତି ।

Get real time updates directly on you device, subscribe now.