fbpx

ଏସିଆନ ରେସଲିଂ ଚାମ୍ପିଅନସି: ଭାରତକୁ ମିଳିଲା ୩ ବ୍ରୋଞ୍ଜ ପଦକ

ଉଲାନବାତାର(ମଙ୍ଗୋଲିଆ): ଭାରତୀୟ ଗ୍ରୀସୋ ରୋମାନ ରେସଲର ମାନେ ଏଠାରେ ଚାଲିଥିବା ଏସିଆନ ରେସଲିଂ ଚାମ୍ପିଅନଶି ରେ ହାସଲ କରିଛନ୍ତି ୩ ବ୍ରୋଞ୍ଜ ପଦକ । ଭାରତର ୫ ଜଣ ରେସଲର ଏହି ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ସୁନିଲ କୁମାରଙ୍କ ସହିତ ଅନ୍ୟ ଦୁଇଜଣ ଭାରତୀୟ ଗ୍ରୀସୋ ରୋମାନ ରେସଲର ପଦକ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି । ସୁନିଲଙ୍କ ପାଇଁ ଏସିଆନ ଚାମ୍ପିଅନଶିରେ ଏହା ଦ୍ୱିତୀୟ ପଦକ ।

ସେ ୨୦୨୦ ସଂସ୍କରଣର ୮୭ କେଜି ବର୍ଗରେ ଟାଇଟଲ ଜିତି ଥିଲେ । ମଙ୍ଗୋଲିଆର ବାଟବେୟର ଲୁତବାୟରଙ୍କୁ ୫-୦ରେ ପରାସ୍ତ କରି ୨୩ ବର୍ଷୀ ସୁନିଲଏହି ପଦକ ହାସଲ କରିଛନ୍ତି । ସେମିଫାଇନାଲରେ ସେ ଉଜବେକିସ୍ତାନର ଜାଲଗାସବେ ବେରଦିମୁରାତୋଭଙ୍କ ଠାରୁ ୩-୫ରେ ହାରି ଯାଇଥିଲେ । ।ଦହିରି ୫୫ କେଜି ଶ୍ରେଣୀରେ ଅର୍ଜୁନ ହାଲାକୁର୍କି ଭାରତ ପାଇଁ ଆଣିଛନ୍ତି ଆଉ ଏକ ବ୍ରୋଞ୍ଜ ପଦକ । କ୍ୱାର୍ଟରଫାଇନାଲରେ ସେ କାଜାଖସ୍ତାନର ଅମଙ୍ଗାଲି ବେକବୋଲାତୋଭଙ୍କ ଠାରୁ ପରାସ୍ତ ହୋଇଥିାଊ । ଅର୍ଜୁନ ମଧ୍ୟ ୨୦୨୦ ସଂସ୍କରଣରେ ହାସଲ କରିଥିଲେ ବ୍ରୋଞ୍ଜ । ଅନ୍ୟ ପକ୍ଷରେ ଭାରତୀୟ ରେସଲର ନିରଜ ୬୩ କେଜି ବର୍ଗରେ ଉଜବେକିସ୍ତାନର ଇସଲୋମଜୋନ ବାଖରାମୋଭଙ୍କୁ ୭-୪ରେ ହରାଇ ହାସଲ କରିଛନ୍ତି ବ୍ରୋଞ୍ଜ ପଦକ ।

Get real time updates directly on you device, subscribe now.