ନେଟଫ୍ଲିକ୍ସକୁ ବଡ଼ ଝଟକା! ୧୦୦ ଦିନ ଭିତରେ କମିଲେ ଏତେ ଲକ୍ଷ ସବସ୍କ୍ରାଇବର, ଜାଣନ୍ତୁ କାହିଁକି
ହ୍ରାସ ପାଇଲା ନେଟଫ୍ଲିକ୍ସର ଗ୍ରାହକଙ୍କ ସଂଖ୍ୟା । କମିଲା ଶେୟାର ଭ୍ୟାଲ୍ୟୁ । ମଙ୍ଗଳବାର ନେଟଫ୍ଲିକ୍ସର ଶେୟାରରେ ଏକ ଚତୁର୍ଥାଂଶ ହ୍ରାସ ହୋଇଛି । କମ୍ପାନୀ ବର୍ଷର ପ୍ରଥମ ତ୍ରୈମାସିକରେ ନିଜର ଗ୍ରାହକଙ୍କ ସଂଖ୍ୟ।।ରେ ହ୍ରାସ ନେଇ ଖୁଲାସା କରିଥିଲା । ଯାହାପରେ କମ୍ପାନୀରେ ଶେୟାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । କମ୍ପାନୀର ଶେୟାର ଦାମ୍ ତଳକୁ ଖସିଛି ।
ବିଗତ ଏକ ଦଶକ ମଧ୍ୟରେ ପ୍ରଥମ ଥର ଏଡି ଅଗ୍ରଣୀ ଟେଲିଭିଜନ ସଂସ୍ଥା ଏହାର ଗ୍ରାହକଙ୍କୁ ହରାଇଛି । ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ ଜାନୁଆରୀ-ମାଚ୍ଚ ତୈମାସିକରେ କମ୍ପାନୀ ପ୍ରାୟ ୨ ଲକ୍ଷ ଗ୍ରାହକଙ୍କୁ ହରାଇଛି । ଏହାର କାରଣ କମ୍ପାନୀ ୟୁକ୍ରେନ ଉପରେ ଋଷର ଆକ୍ରମଣ ଯୋଗୁଁ ଋଷରେ ଏହାର ସେବା ବନ୍ଦ କରିବାକୁ ଦାୟୀ କରିଛି ।
କମ୍ପାନୀ ଏହି ତୈମାସିକରେ ୧.୬ ବିଲିୟନ ଡଲାର ଆୟ କରିଥିଲା । ଯେତେବେଳେକି ପୂର୍ବ ବର୍ଷ ୧.୭ ବିଲିୟନ ଡଲାର ଆୟ କରିଥିଲା । ଏହି ସଂଖ୍ୟା ଜାରି ହେବା ପରେ ବଜାର କାରବାରରେ ନେଟଫ୍ଲିକ୍ସର ଶେୟାର ପ୍ରାୟ ୨୫ % ତଳକୁ ଖସିଥଲା ।
ନେଟଫି୍ଲକ୍ସ ତରଫରୁ କୁହାଯାଇଛି ଯେ ଆମେ ଯେତିକି ରାଜସ୍ୱ ବଢ଼ାଇବାକୁ ଚାହୁଛୁ ତାହା ବଢ଼ାଇପାରୁନାହୁଁ । ୨୦୨୦ ରେ କୋଭିଡ ଆସିବା ପରେ ଫାଇଦା ହୋଇଥିଲା କିନ୍ତୁ ୨୦୨୧ ରେ ଅଧିକ ହୋଇନଥିଲା । ଏହାପରେ ଆହୁରି ପୁଣି ଯେଉଁଠାରେ ୨୨୨ ମିଲିୟନ ଲୋକ ସେବା ପାଇଁ ପେମେଣ୍ଟ କରୁଥିବାବେଳେ ୧୦୦ ମିଲିୟନ ଆକାଉଣ୍ଟ ଶେୟାର କରାଯାଉଛି ଫଳରେ ଆୟ କମିଥିବା ନେଇ କମ୍ପାନୀ ତରଫରୁ କୁହାଯାଇଛି ।