fbpx

ଗ୍ରାହକଙ୍କୁ ଲାଗିଲା ବିଦ୍ୟୁତ ଝଟକା: ୩ଟି ବଲବ ଜାଳି ଦେବାକୁ ପଡିଲା ୨୫ ହଜାର ବିଲ

ଚେନ୍ନାଇ: ତାମିଲନାଡୁ ଅଞ୍ଚଳରୁ ଆସିଛି ଏକ ଅଦ୍ଭୁତ ଘଟଣା । ଜଣେ ଗ୍ରାହକଙ୍କୁ ୨୫ ହଜାର ଟଙ୍କାର ଏକ ବିଲ ଧରେଇ ଦେଇଛି ବିଜୁଳି ବିଭାଗ । ତେବେ ଆଶ୍ଚର୍ଯ୍ୟର ଘଟଣା ହେଉଛି ତାଙ୍କ ଘରେ ମାତ୍ର ୩ ବଲବ ବ୍ୟବହାର ହୋଇଥିଲା । ଯାହାର ମୂଲ୍ୟ ୨୫ ହଜାର ଟଙ୍କା ଦେଇଛି ବିଜୁଳି ବିଭାଗ । ତେବେ ଗ୍ରାହକଙ୍କୁ ଏହି ଘଟଣା ଏକ ଝଟକା ଭଳି ଲାଗିଛି ।

ସୂଚନା ଅନୁସାରେ, ନୀଳଗିରି ଅଞ୍ଚଳର ମାତାମଙ୍ଗଳମ ସହରରେ ରୁହନ୍ତି ଦେବକୀ । ନିକଟରେ ତାଙ୍କ ମୋବାଇଲକୁ ଏକ ମେସେଜ ଆସିଛି, ଯେଉଁଥିରେ ତାଙ୍କ ବିଜୁଳି ବିଭାଗର ମାସିକ ଦେୟ ୨୫ ହଜାର ଟଙ୍କା ହୋଇଥିବା କୁହାଯାଇଛି । ତେବେ ବିଜୁଳି ବିଭାଗର ଏହି ମେସେଜ ତାଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । କାରଣ ବିଜୁଳି ବ୍ୟବହାର କହିଲେ ତାଙ୍କ ଘରେ କେବଳ ୩ଟି ବଲବ ହିଁ ଜଳିଥାଏ । କିନ୍ତୁ ୩ଟି ବଲବର ମୂଲ୍ୟ ୨୫ ହଜାର ଟଙ୍କା କିପରି ହୋଇ ପାରିବ ବୋଲି ସେ ଚିନ୍ତାରେ ପଡିଛନ୍ତି । ତେବେ ଏହି ଅଭିଯୋଗ ନେଇ ସେ ବିଜୁଳି ବିଭାଗ ନିକଟରେ ପହଞ୍ଚିଥିଲେ ସୁଦ୍ଧା ତାଙ୍କୁ କୌଣସି ପ୍ରତିକ୍ରିୟା ମିଳି ପାରିନଥିଲା । ଏହାପରେ ତାଙ୍କ ଭଳି ଏମିତି କିଛି ସମସ୍ୟାର ସମ୍ମୁଖୀନ ହୋଇଥିବା ଅନ୍ୟ ଗ୍ରାହକମାନଙ୍କ ସହିତ ଉପର ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ତେବେ ଲୋକାମାନଙ୍କ ଅଭିଯୋଗ ପାଇବା ପରେ ନିଦରୁ ଉଠିଛି ବିଜୁଳି ବିଭାଗ । ଘଟଣାର ପ୍ରାଥମିକ ଯାଞ୍ଚ ଆରମ୍ଭରେ ରମେଶ ନାମକ ଜଣେ ବିଭାଗୀୟ କର୍ମଚାରୀ ଗତ କିଛି ଦିନରୁ ବିଲ ସହିତ ଏପରି ଏପଟସେପଟ କରୁଥିବା ଜାଣିବାକୁ ମିଳିଛି । ବିଲ ଅନୁସାରେ ମିଳୁଥିବା ଟଙ୍କା ସବୁକୁ ନିଜେ ଚଳୁ କରୁଥିବା ମଧ୍ୟ ଜାଣିବାକୁ ପାଇଛି ବିଜୁଳି ବିଭାଗ । ଏହାପରେ ରମେଶକୁ ଚାକିରିରୁ ନିଲମ୍ବିତ କରିବା ସହିତ ସମ୍ପୂର୍ଣ୍ଣ ମାମଲା ଉପରେ ବିସ୍ତୃତ ଯାଞ୍ଚ ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.