fbpx

ଔରଙ୍ଗଜେବଙ୍କ ସାମ୍ନାରେ ପଥର ପରି ଛିଡ଼ା ହୋଇଥିଲେ ତେଗ ବାହାଦୁର-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଖ୍ ଗୁରୁ ତେଗ ବାହାଦୁରଙ୍କ ୪୦୦ତମ ପ୍ରକାଶରେ ଲାଲ କିଲ୍ଲାରେ ପହଁଞ୍ଚିଛନ୍ତି । ତାଙ୍କ ସହିତ କେନ୍ଦ୍ରୀୟ ମନ୍ତ୍ରୀ ହରଦୀପ ପୁରୀ ମଧ୍ୟ ରହିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ନାଁରେ ଏକ ବିଶେଷ ମୁଦ୍ରା ଏବଂ ଡାକ ଟିକେଟ ଉନ୍ମୋଚନ କରିଛନ୍ତି ।

ଏଠାରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି ଯେ ଆଜିର ଭାବନାକୁ ଭାଷାରେ ବୟାନ କରିବା ସହଜ ନୁହେଁ । ଆଜି ଆମର ଦେଶ ଆମ ଗୁରୁମାନଙ୍କ ଆଦେଶରେ ଚାଲୁଅଛି । ଏଥି ସହିତ ସେ ଦେଶବାସୀଙ୍କୁ ପ୍ରକାଶ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ଆଜି ସ୍ୱାଧୀନତା ସଂଗ୍ରାମିଙ୍କର ବଳିଦାନ ପାଇଁ ଆମେ ଏଠାରେ ଉପସ୍ଥିତ ହୋଇଛନ୍ତି । ଭାରତ ଦୁନିଆକୁ ପରାକାଷ୍ଟା ଦେଖାଇବା ଦେଶ । ସେ କହିଛନ୍ତି ଯେ ଏହା କେବଳ ଗୋଟିଏ ଦେଶ ନୁହେଁ । ଆମ ମୁନି ଋଷି ମାନଙ୍କ ଦ୍ୱାରା ଏ ମାଟିରେ ଜଳ ଛିଞ୍ଚନ ହୋଇଛି । ଶହଶହ ବର୍ଷର ପରାଧିନତା ଆମର ସଂସ୍କୃତି ଏବଂ ଆମଠୁ ଆଧ୍ୟତ୍ମିକତା ଅଲଗା କରି ପାରି ନାହିଁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ସମୟରେ ଭାରତ ଉପରେ ଔରଙ୍ଗଜେବ ଆକ୍ରମଣ କରିଥିଲେ ସେହି ସମୟରେ ତେଗ ବାହାଦୁର ଭାରତର ପରିଚୟ ବଞ୍ଚାଇବା ଲାଗି ସାମ୍ନାକୁ ଆସିଥିଲେ । ଆତଙ୍କୀ ଔରଙ୍ଗଜେବଙ୍କ ସାମ୍ନାରେ ଭାରତର ସଂସ୍କୃତିକୁ ବଞ୍ଚାଇବା ଲାଗି ପଥର ଭଳି ଛିଡ଼ା ହୋଇଯାଇଥିଲେ ।

ସେହି ସମୟରେ ବହୁ ବଡ଼ବଡ଼ ସଭ୍ୟତା ଲୋପ ପାଇଯାଇଇଥିଲା, କିନ୍ତୁ ଭାରତ ଦୃଢ ଭାବେ ଠିଆ ହୋଇ ରହିଥିଲା । ବର୍ତ୍ତମାନ ଭାରତ ପୁଣି ଆଗକୁ ବଢୁଛି । ଆଜି ପୁଣୀ ଥରେ ବିଶ୍ୱ ଭାରତ ଆଡ଼କୁ ଚାହିଁ ଦେଖୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.