fbpx

ଲଗାତର ଦ୍ୱିତୀୟ ଥର ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଇମାନୁଏଲ ମାକ୍ରନ୍

ନୂଆଦିଲ୍ଲୀ: ଫ୍ରାନ୍ସର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିଯାଇଛି । ଦୁଇଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ଲଗାତର ଦ୍ୱିତୀୟ ଥର ପାଇଁ ଇମ୍ରାନୁଏଲ ମାକ୍ରନ୍ ଫ୍ରାନ୍ସର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ମାକ୍ରନ୍ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଦକ୍ଷିଣପନ୍ଥୀ ନେତା ମରୀନ ଲେ ପେନଙ୍କୁ ପରାସ୍ତ କରିଛନ୍ତି । ଚଳିତ ରାଷ୍ଟ୍ରପତି ନିର୍ବାଚନରେ ମାକ୍ରନଙ୍କୁ ୫୮.୨ ପ୍ରତିଶତ ଭୋଟ ମିଳିଥିଲା ।

ମାକ୍ରନଙ୍କ ବିଜୟ ପରେ ଫ୍ରାନ୍ସର ରାଜଧାନୀ ପ୍ୟାରିସଠାରେ ଥିବା ଏଫିଲ ଟାୱାର ନିକଟରେ ତାଙ୍କର ସମର୍ଥକମାନେ ବିଜୟୋତ୍ସବ ମନାଇଛନ୍ତି । ସେଠାକର ଚ୍ୟାମ୍ପ ଡେ ମାର୍ସ ପାର୍କରେ ଏକ ବିଶାଳ ସ୍କ୍ରିନ ଉପରେ ଫଳାଫଳ ଜାରି ହେବା ପରେ ସମର୍ଥକମାନେ ପରସ୍ପରକୁ ବଧାଇ ଜଣାଇଥିଲେ । ଏଥିସହିତ ଫ୍ରେଞ୍ଚ ଓ ୟୁରୋପୀୟ ସଂଘର ପତାକା ଉଡ଼ାଇ ଖୁସି ମନାଇଥିଲେ । ମ୍ୟାକ୍ରନ ଦ୍ୱିତୀୟ ଥର ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ନିର୍ବାଚନ ଜିତିବା ଗତ ୨୦ ବର୍ଷର ପ୍ରଥମ ଘଟଣା ।

ମ୍ୟାକ୍ରନଙ୍କର ଏହି ବିଜୟ ପରେ ତାଙ୍କୁ ବିଶ୍ୱର ଅନେକ ରାଷ୍ଟ୍ରର ନେତା ଶୁଭେଚ୍ଛା ଜଣାଇଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କୁ ଇଂରାଜୀ ଓ ଫ୍ରେଞ୍ଚ ଭାଷାରେ ବଧାଇ ଜଣାଇଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି- ରାଷ୍ଟ୍ରପତି ଭାବେ ଆପଣଙ୍କୁ ପୁଣି ଥରେ ବଧାଇ ଜଣାଉଛି । ସେହିପରି ଇଟାଲି ପ୍ରଧାନମନ୍ତ୍ରୀ ମାରିୟୋ ଡ୍ରାଘି, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି, ସ୍ପେନ ପ୍ରଧାନମନ୍ତ୍ରୀ ପଡ୍ରୋ ସାଞ୍ଚେଜ, ୟୁରୋପୀୟ ଆୟୋଗ ଅଧ୍ୟକ୍ଷ ଉର୍ସୁଲା ବନ ଡେର ଲେୟେନ ପ୍ରମୁଖ ଶୁଭକାମନା ଜଣାଇଛନ୍ତି ।

Get real time updates directly on you device, subscribe now.