fbpx
BJD
BJD SKY
BJD SKY

ଏଲନ ମସ୍କଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ମେସେଜ୍‌, ‘ବ୍ୟାକ୍‌ ଟୁ ଦ ଫ୍ୟୁଚର’

ନୂଆଦିଲ୍ଲୀ: ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡ଼ିଆରେ ଟେଲ୍ସାର ସିଇଓ ଏଲନ ମସ୍କଙ୍କ ନାମରେ ଏକ ସ୍ପେଶାଲ ଟ୍ୱିଟ୍‌ କରିଛନ୍ତି । ଆନନ୍ଦ ମହିନ୍ଦ୍ରା ନିଜର ଟ୍ୱିଟ୍‌କୁ ଏଲନ ମସ୍କଙ୍କୁ ଟ୍ୟାଗ୍‌ କରି କ୍ୟାପସନ ଦେଇଛନ୍ତି ‘ବ୍ୟାକ୍‌ ଟୁ ଦ ଫ୍ୟୁଚର’ । ରବିବାର ସକାଳେ ଆନନ୍ଦ ମହିନ୍ଦ୍ରା ଏକ ଫଟୋ ସେୟାର କରିଛନ୍ତି , ଯେଉଁଥିରେ ଦୁଇ ଜଣ କ୍ଲାନ୍ତ ହୋଇଥିବା କର୍ମକର୍ତ୍ତା ଏକ ଶଗଡ଼ ଗାଡ଼ିରେ ଘରକୁ ଫେରୁଥିଲେ । ଏହାର କ୍ୟାପସନ- ଓର୍ଜିନାଲ ଟେସ୍ଲା  । ଏଥିରେ ଲେଖା ହୋଇଛି କୌଣସି ଗୁଗଲ ମ୍ୟାପ୍‌ର ଆବଶ୍ୟକତା ନାହିଁ , ନା କୌଣସି ଫୁଏଲ ଜରୁରୀ  । କୌଣସି ପ୍ରଦୂଷଣ ନାହିଁ  । ଏଫ୍‌ଏସ୍‌ଡି ମୋଡ (ପୂରା ସ୍ୱ-ଚାଳିତ) କାର୍ଯ୍ୟସ୍ଥଳରେ ଘର ସେଟ୍‌ କରନ୍ତୁ, ଆରାମ କରନ୍ତୁ ଏବଂ ନିଜର ଡେଷ୍ଟିନେସନ ଯାଏ ପହଞ୍ଚନ୍ତୁ  । ସେ ପୋଷ୍ଟରେ ଏଲନ ମସ୍କକୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି  । ଏହି ଟ୍ୱିଟ୍‌ ଖୁବ୍‌ ଭାଇରାଲ ହେଉଛି  ।

 

Get real time updates directly on you device, subscribe now.