fbpx
BJD
BJD SKY
BJD SKY

ପାରମ୍ପରିକ ପୋଷାକ ପିନ୍ଧି ନାଚିଲେ ଧୋନୀ, ଭିଡିଓ ହେଲା ଭାଇରାଲ

ଚେନ୍ନାଇ: ଖୁସିରେ ଝୁମିଲା ଚେନ୍ନାଇ ଟିମ୍‌ । ପାରମ୍ପରିକ ପୋଷାକ ପିନ୍ଧି ନାଚିଲେ ମହେନ୍ଦ୍ର ସିଂହ ଧୋନୀ, ଡ୍ୱେନ୍‌ ବ୍ରାଭୋ, ରୁତୁରାଜ ଗାଏକ୍ୱାଡ଼, ଶିବମ ଦୁବେ ଓ ଅନ୍ୟ ସାଥି ଖେଳାଳି । ଟିମ୍‌ର ସାଥି କେଳା ଡେଭନ କନୱେଙ୍କ ବାହାଘରରେ ଏମିତି ଖୁସୀରେ ଝୁମିଥିଲେ ସିଏସ୍‌କେ କ୍ରିକେଟର । ଏନେଇ ନିକଟରେ ଚେନ୍ନାଇ ଟିମ୍‌ ଖେଳାଳିମାନଙ୍କର ପାରମ୍ପରିକ ବେଶଭୂଷାର ଫଟୋ ସୋସିଆଲ୍‌ ମିଡିଆରେ ଶେୟାର କରିଥିଲା । ମୁମ୍ବାଇ ସହିତ ଚେନ୍ନାଇ ମ୍ୟାଚ୍‌ ଖେଳିଥିବା ପୂର୍ବରୁ ଡେଭନ କନୱେଙ୍କ ବିବାହ ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ଧୋନୀଙ୍କ ସମେତ କିଛି ଖେଳାଳି ଚେନ୍ନାଇର ପାରମ୍ପରିକ ନୃତ୍ୟ କରିଥିଲେ । ଧୋନୀଙ୍କୁ ଗୀତରେ ତାଳେ ତାଳେ କାନ୍ଧ ହଲାଉଥିବାର ଦେଖିବାକୁ ମିଳିଥିଲା । ଏହାପରେ ହିଁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ଧୋନୀ । ସେ ଯେ ବିଶ୍ୱର ଶ୍ରେଷ୍ଟ ଫିନିଶର ପୁଣିଥରେ ପ୍ରମାଣ କରିଦେଖାଇଥିଲେ । ଶେଷ ଓଭରରେ ଛକ୍କା ଚୌକା ମାରି ସେଦିନ ମ୍ୟାଚ୍‌ ଜିତାଇଥିଲେ ଧୋନୀ । ଏହାପରେ କ୍ରିକେଟ୍‌ ଫ୍ୟାନ୍‌ମାନଙ୍କ ମଧ୍ୟରେ ଧୋନୀଙ୍କ କ୍ରେଜ୍‌ ଛାଇଯାଇଥିଲା ।

 

 

View this post on Instagram

 

A post shared by Chennai Super Kings (@chennaiipl)

Get real time updates directly on you device, subscribe now.