ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ୨୦୨୬ ସୁଦ୍ଧା ୮୦ ବିଲିୟନ ଡଲାର ଅତିକ୍ରମ କରିବ: ପ୍ରଧାନମନ୍ତ୍ରୀ ମୋଦୀ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମିକଣ୍ଡକ୍ଟର କ୍ଷେତ୍ରରେ ନିବେଶ କରିବା ଲାଗୁି କମ୍ପାନୀ ମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ଏଥି ପାଇଁ ଭାରତ ସରକାର ମଧ୍ୟ ସମର୍ଥନ ପ୍ରଦାନ କରିବେ ବୋଲି ସେ କହିଛନ୍ତି । ଭାରତରେ ୨୦୨୬ ସୁଦ୍ଧା ୮୦ ଆରବ ଡଲାରର ସେମିକଣ୍ଡକ୍ଟର ନିର୍ମାଣ କରାଯିବା ନେଇ ଆଶା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଧାରା ବଜାୟ ରଖି ୨୦୩୦ ସୁଦ୍ଧା ଭାରତ ୧୧୦ ଆରବ ଡଲାରର ସେମିକଣ୍ଡକ୍ଟର ଉତ୍ପାଦନ କରୁଥିବା ବୋଲି ସେ କହିଛନ୍ତି ।

ଭାରତରେ ୧୩୦ କୋଟିରୁ ଅଧିକ ଲୋକେ ରହୁଛନ୍ତି । ଏଥି ପାଇଁ ସରକାର ପ୍ରାଥମିକ ସ୍ତରରୁ ଡିଜିଟାଲ ଢାଞ୍ଚା ନିର୍ମାଣ କରୁଛନ୍ତି ବୋଲି ସେ କହିଛନ୍ତି । ସ୍ୱାସ୍ଥ୍ୟଠୁ ଆରମ୍ଭ କରି ଶାସନ ଏବଂ ସୁସ୍ଥତା ପର୍ଯ୍ୟନ୍ତ ଆମେ ଡିଜିଟାଲ ଜ୍ଞାନକୌଶଳର ବ୍ୟବହାର କରୁଛୁ । ବେଙ୍ଗାଲୁରରେ ତିନି ଦିନିଆ ସେମିକନ୍ ଇଣ୍ଡିଆ ସମ୍ମିଳନୀକୁ ଉଦଘାଟନ କରି ଏହି କଥା କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୫ଜି, ଆଇଓଟି ଏବଂ ନୂତନ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି ଆମେ ୬ ଲକ୍ଷ ଗ୍ରାମକୁ ବ୍ରଡବ୍ୟାଣ୍ଡ ସୁବିଧା ଯୋଡ଼ିବାକୁ ପ୍ରୟାସ କରୁଛୁ ।

ବର୍ତ୍ତମାନ ଭାରତରେ ବିଶ୍ୱର ସବୁଠୁ ଅଧିକ ଷ୍ଟାର୍ଟ ଅଫ କମ୍ପାନୀ ରହିଛନ୍ତି । ଏଥି ସହିତ ଦୃତ ଗତିରେ ଆର୍ଥିକ ବିକାଶ କରୁଥିବା ଭାରତରେ ଭାରତରେ ବ୍ୟବସାୟ କ୍ଷେତ୍ରରେ ସରଳତା ଆଣିବା ଲାଗି ବିଭିନ୍ନ ସୁଧାର କରୁଥିବା ସେ କହିଛନ୍ତି । ଏହି ସମୟରେ ସେ ସେମିକଣ୍ଡକ୍ଟର କ୍ଷେତ୍ର ବିଷୟରେ ଆଲୋଚନା କରୁି କହିଛନ୍ତି ଯେ ଭାରତରେ ବିଶ୍ୱର ୨୦ ପ୍ରତିଶତ ଦକ୍ଷ ସେମିକଣ୍ଟକ୍ଟର ଡିଜାଇନ୍ ଇଞ୍ଜିନିୟର ଅଛନ୍ତି । ସେହିପରି ଭାରତରେ ବିଶ୍ୱର ଅଗ୍ରଣି ୨୫ ସେମିକଣ୍ଡକ୍ଟର ନିର୍ମାଣକାରୀ କମ୍ପାନୀ ଅଛନ୍ତି ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଶୁକ୍ରବାର କହିଛନ୍ତି ଯେ, ଆଗାମୀ ୬ରୁ ୭ ମାସ ମଧ୍ୟରେ ଭାରତରେ ଇଲେକ୍ଟ୍ରୋନିକ ଚିପ୍ ଉତ୍ପାଦନକୁ ମଞ୍ଜୁରୀ ମିଳିଯିବ । ଏହା ମାଧ୍ୟମରେ ଭାରତରେ ଚିପ ଉତ୍ପାଦନରେ ବୃଦ୍ଧି ପାଇବ ।