fbpx

ଲଦାଖ ସୀମାରେ ପହଞ୍ଚିବ ସେନା: ଦୌଲତ ବେଗ ଓଲଡିକୁ ତିଆରି ହେଉଛି ସର୍ଟକଟ ରାସ୍ତା

ନୂଆଦିଲ୍ଲୀ: ଚୀନ ସୀମାକୁ ଆଉ ଏକ ରାସ୍ତା ତିଆରି କରିବା ପାଇଁ ଗ୍ରୀନ ସିଗନାଲ ଦେଇଛି ନେସନାଲ ବୋର୍ଡ ଅଫ ୱାଇଲ୍ଡ ଲାଇଫ । ଲଦାଖର ସାସୋର ଲା ସହିତ ସାସୋର ବ୍ରଙ୍ଗସାକୁ ଏହି ରାସ୍ତା ଯୋଡୁଥିବା ବେଳେ ଦୌଲତ ବେଗ ଓଲଡିର ଏକ ବିକଳ୍ପ ହେବ ବୋଲି ଜଣାଯାଇଛି । କରାକୋରମ ଅଭୟାରଣ୍ୟ ଦେଇ ନିର୍ମାଣ କରାଯିବ ଏହି ରାସ୍ତା ଯାହା ସାମରିକ ଏବଂ ରଣନୈତିକ କ୍ଷେତ୍ରରେ ଗୁରୁତପୂର୍ଣ୍ଣ ରହିବ । ତେବେ ବାର୍ଷିକ ଅନୁପାଳନର ରିପୋର୍ଟ ଦେବା ସର୍ତ୍ତରେ ଏହି ରାସ୍ତା ତିଆରି ପାଇଁ ଅନୁମତି ଦେଇଛି ୱାଇଲ୍ଡ ଲାଇଫ ।

ସାସୋର ଲା ନିକଟ ଅଲ ବେଦର ଟନର କନେକ୍ଟିଭିଟି ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ଅପ୍ରୋଚ ରୋଡ । ୨୦୨୦ରେ ଇଣ୍ଡୋ-ଚାଇନା ମଧ୍ୟରେ ଲାଗିଥିବା ବିବାଦର ଏକ ମୁଖ୍ୟ କାରଣ ହେଉଛି ଦୌଲତ ବେଗ ଓଲଡି ନିକଟରେ ଥିବା ଏହି ନୂଆ ରାସ୍ତା । ତେବେ ଏହି ରାସ୍ତା ଭାରତୀୟ ସେନା ପାଇଁ ଖୁବ ସହାୟକ ହେବ । ସାମରିକ ଶକ୍ତି ଯୋଗାଇବା ପାଇଁ ସେନାକୁ ମିଳିବ ଆଉ ଏକ ବିକଳ୍ପ ଏବଂ ସହଜ ରାସ୍ତା ।

Get real time updates directly on you device, subscribe now.