fbpx

ନୌସେନାରେ ଏହି ପଦରେ ନିଯୁକ୍ତି ସୁଯୋଗ: ୧୦ମ ପାସ୍ ବି କରିପାରିବେ ଆବେଦନ

ଭାରତୀୟ ନୌସେନାରେ ସରକାରୀ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ନୌସେନାରେ ଫାର୍ମାସିଷ୍ଟ, ଫାୟାରମେନ୍ ଏବଂ ପେଷ୍ଟ କଣ୍ଟ୍ରୋଲ କର୍ମଚାରୀ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏହି ଆବଦେନ ପାଇଁ ଶେଷ ତାରିଖ ୨୬ ଜୁନ୍ ପର୍ଯ୍ୟନ୍ତ ରହିଛି । ଏଥିପାଇଁ ଅଫଲାଇନ ଆବେଦନ କରିବାକୁ ହେବ ।

ନୌସେନା ଆବେଦନ ୨୦୨୨ ପଦ ବିବରଣୀ:

ଫାର୍ମାସିଷ୍ଟ-୧ ପଦବୀ

ଫାୟାରମେନ-୧୨୦ ପଦ

ପେଷ୍ଟ କଣ୍ଟ୍ରୋଲ- ୬ ପଦବୀ

ଯୋଗ୍ୟତ:

ଫାର୍ମାସିଷ୍ଟ- ୧୦ମ ପାସ ହୋଇଥିବା ଆବଶ୍ୟକ

ଫାୟାରମେନ- ୧୦ମ ପାସ ହେବା ସହ ଶାରୀରିକ ଭାବରେ ମଜବୁତ ହୋଇଥିବା ଆବଶ୍ୟକ । ଲମ୍ବ ୧୬୫ ସେଣ୍ଟିମିଟର ସର୍ବନିମ୍ନ ହୋଇଥିବା ଆବଶ୍ୟକ । ଆଇଏସଟି ମେମ୍ବରଙ୍କ ଲମ୍ବ ୨.୫ ସେଣ୍ଟିମିଟର ଛାଡ଼ ମିଳିବ । ଛାତି ୮୧.୫ ସେଣ୍ଟିମିଟର ଏବଂ ନିଶ୍ୱାସ ସହ ୮୫ ସେଣ୍ଟିମିଟର ହୋଇଥିବା ଆବଶ୍ୟକ । ଓଜନ ସର୍ବନିମ୍ନ ୫୦ କେଜି ହୋଇଥିବା ଆବଶ୍ୟକ ।

ପେଷ୍ଟ କଣ୍ଟ୍ରୋଲ ୱାର୍କର- ୧୦ମ ପାସ୍ ହୋଇଥିବା ଦରକାର ।  ହିନ୍ଦୀ/ଆଞ୍ଚଳିକ ଭାଷା ପଢ଼ିବା ଏବଂ କହିବାରେ ସକ୍ଷମ ହୋଇଥିବା ଆବଶ୍ୟକ ।

ବୟସସୀମା:

ଆଶାୟୀଙ୍କ ଚୟନ ଫିଜିକାଲ ଫିଟନେସ ଟେଷ୍ଟ, ପୋଭିଜନାଲ ଆଲଟମେଣ୍ଟ ଲେଟର ଏବଂ ଡକ୍ୟୁମେଣ୍ଟ ଭେରିଫିକେସନ ଆଧାରରେ କରାଯିବ ।

ଏହି ଠିକଣାରେ ପଠାଇବାକୁ ହେବ ଆବେଦନ ଫର୍ମ:

ଫ୍ଲାଗ ଅଫିସର କମାଣ୍ଡିଙ୍ଗ ଇନ ଚିଫ୍ (ଏସଓ ସିପି ପାଇଁ), ହେଡକ୍ୱାଟର୍ସ ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ, ବଲାଡ ପୀୟର, ମୁମ୍ବାଇ-୪୦୦୦୦୧ ଠିକଣାରେ ପଠାଇବାକୁ ହେବ ।

Get real time updates directly on you device, subscribe now.