fbpx

ମୋତେ ତେଲ ମାଲିସ କର୍, ନଚେତ ତୁମ ପୁଅ ଜେଲରୁ ମୁକୁଳି ପାରିବ ନାହିଁ: ଇନ୍ସପେକ୍ଟରଙ୍କୁ ମସାଜ୍ କରୁଛନ୍ତି ଦୁଇ ମହିଳା, ଭାଇରାଲ୍ Video

ନୂଆଦିଲ୍ଲୀ: ଅନେକ ସମୟରେ ପୋଲିସ ବାବୁଙ୍କର ଚୋରି, ଠକେଇ, କଳାକାରନାମା, ଅଶ୍ଲୀଳ ଭିଡିଓ ଆଦି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ନିକଟରେ ଜଣେ ବାବୁଙ୍କର ମାଲିସ୍ ସମୟର ଭିଡିଓ ଭାଇରାଲ ହୋଇଛି । ବାବୁ ଜଣଙ୍କ ନିଜର ୟୁନିଫର୍ମକୁ କାନ୍ଥରେ ଟାଙ୍ଗି ଦେଇ ଆରାମରେ ମାଲିସର ମଜା ନେଉଛନ୍ତି । ବାବୁଙ୍କୁ ମାଲିସ କରୁଛନ୍ତି ଦୁଇଜଣ ମହିଳା ।

ଭିଡିଓରେ ଦେଖାଯାଉଛି ଯେ, ବାବୁ ଜଣଙ୍କ ଅଧା କପଡ଼ାରେ ରହିଛନ୍ତି । ବାବୁ ଜଣଙ୍କର ଫୋନରେ କଥା ହେଉଥିବା ସମୟରେ ଦୁଇଜଣ ମହିଳା ଜଣଙ୍କ ତାଙ୍କୁ ତେଲ ମାଲିସ କରୁଛନ୍ତି । ତେବେ ଜଣାପଡ଼ିଛି ଯେ, ମାଲିସ୍ ହେଉଥିବା ବାବୁଙ୍କ ହେଉଛନ୍ତି ବିହାରର ସରହସାର ନୱହଟ୍ଟାର ଇନ୍ସପେକ୍ଟର ଶଶି ଭୂଷଣ ସିହ୍ନା । ମହିଳା ଦ୍ୱୟ ବାବୁଙ୍କର ବିଶ୍ୱସ୍ତ ଲୋକ ବୋଲି ଫୋନରେ କହୁଥିବା ଜଣାପଡ଼ୁଛି ।

ତେବେ ଏହି ଭିଡିଓଟି ଭାଇରାଲ ହେବା ପରେ ଏସପି ତୁରନ୍ତ ଉକ୍ତ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଦେଇଛନ୍ତି । ଅନ୍ୟପକ୍ଷରେ ବାବୁ ଜଣଙ୍କ କହିଛନ୍ତି ଯେ, ମାଲିସ କରିବା କୌଣସି ପାପ ନୁହେଁ । ଏଇଟା ଆମର ଘର ଓ ଗାଁର କଥା । ଅନ୍ୟପକ୍ଷରେ ଇନ୍ସପେକ୍ଟର ଶ୍ରୀ ସିହ୍ନାଙ୍କୁ ସସପେଣ୍ଡ କରିବା ସହ ପୋଲିସ ଲାଇନରେ ହାଜର କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜଣେ ମହିଳା ତାଙ୍କ ପୁଅଙ୍କୁ ଜେଲରୁ ମୁକୁଳାଇବା ପାଇଁ ପୋଲିସ ବାବୁଙ୍କୁ ତେଲ ମାଲିସ କରୁଥିବା କିଛି ମିଡ଼ିଆରେ ଖବର ପ୍ରକାଶ ପାଇଛି ।

Get real time updates directly on you device, subscribe now.