ଖରାରୁ ରକ୍ଷା ପାଇଁ ଏହି ଉପାୟରେ ବାହାରିଲା ବିବାହ ପ୍ରୋସେସନ, ଦେଖିଲେ ଆପଣ ବି କହିବେ ପୂରା ଦେଶୀ ଯୁଗାଡ଼

ଦେଶରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଖରାରୁ ବଞ୍ଚିବା ପାଇଁ ଅନେକ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ତେବେ ଏହାରି ମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁଠାରେ ଖରାରୁ ବଞ୍ଚିବା ପାଇଁ ବରଯାତ୍ରୀ ଆପଣାଇଛନ୍ତି ଏକ ଦେଶୀ ଉପାୟ ।

କୁହାଯାଏ ଆମେ ଭାରତବାସୀ କୌଣସି କାମ କରିବାକୁ ବିଭିନ୍ନ ଦେଶୀ ଯୁଗାଡ଼ ଲଗାଇଥାଉ, କୌଣସି କାମକୁ ନିଜ ଅନ୍ଦାଜରେ କରି ଦେଖାଇଥାଉ । ଏହିଭଳି ଏକ ଦେଶୀ ଯୁଗାଡ଼ କରିଛନ୍ତି ଏକ ବରଯାତ୍ରୀ । ଏହି ବରଯାତ୍ରୀ ଖରାରୁ ବଞ୍ଚିବା ପାଇଁ ଆପଣାଇଛନ୍ତି ସ୍ୱତନ୍ତ୍ର ଉପାୟ । ଆଉ ପୂରା ବରଯାତ୍ରୀ କରିଛନ୍ତି ଭିନ୍ନ ଉପାୟରେ ଯାତ୍ରା । ଖରାରୁ ବଞ୍ଚିବା ପାଇଁ ବରଯାତ୍ରୀ ମାନେ ସ୍ୱତନ୍ତ୍ର ପଣ୍ଡାଲ କରିଛନ୍ତି ଏବଂ ଏହି ପଣ୍ଡାଲରେ ତଳେ ହିଁ ବରଯାତ୍ରୀ ପ୍ରୋସେସନ କରାଯାଉଛି । ଏହି ପଣ୍ଡାଲକୁ ଚାରିକୋଣରୁ ଚାରି ଜଣ ଟେକି ଟେକି ନେଉଛନ୍ତି ଏବଂ ଏହା ତଳେ ବରଯାତ୍ରୀ ଧିରେ ଧିରେ ଆଗକୁ ବଢ଼ୁଛନ୍ତି । ଏହାକୁ ଦେଖିଲେ କେହିବି କହିବେ ଦେଶୀ ଯୁଗାଡ଼ ।

ନିକଟରେ ମହାରାଷ୍ଟ୍ର ଔରଙ୍ଗାବାଦରେ ମଧ୍ୟ ଏହିଭଳି ଏକ ଭିଡିଓ ସମ୍ନାକୁ ଆସିଥିଲା ଯେଉଁଠାରେ ଖରାରୁ ବଞ୍ଚିବା ପାଇଁ ଚାରିଟି ପଣ୍ଡାଲ ତଳେ ବରଯାତ୍ରୀ ଯାଉଥିଲା । ତେବେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ୟୁଜର୍ସମାନେ ବେଶ୍ ପସନ୍ଦ କରୁଛନ୍ତି ଏବଂ ଦେଶୀ ଯୁଗାଡ଼କୁ ନେଇ ପ୍ରଶଂସା କରୁଛନ୍ତି ।

Get real time updates directly on you device, subscribe now.