fbpx

ପ୍ରବଳ ଖରାରେ ଶରୀରକୁ ସୁସ୍ଥ ରଖିବ ଏହି ଡ୍ରିଙ୍କ: ମିଳିବ ଚମତ୍କାରୀ ଫାଇଦା

ନୂଆଦିଲ୍ଳୀ:ଗରମରେ ତାପମାତ୍ରା ବଢିବା ସହ ଡାଏଟରେ ସମର ଫ୍ରେଣ୍ଡଲି ଫୁଡ ଆଇଟମ କୁ ସାମିଲ କରିବା ଦରକାର । ଏହାସହ ନୁୟଟ୍ରିସନର ବି ଧ୍ୟାନ ଦେବା ଦରକାର । ହାଇଡ୍ରେଟିଂ ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର ଥିବା ଫଳମୂଳ ଖାଇବା ଦରକାର । ଏହାସହ ସବଜା ବା ତୁଳସୀ ମଂଜି ଯାହାକୁ ଫାଲୁଦା ମଂଜି ଭାବରେ ବି ଜଣାଯାଏ । ଏହା ପୋଷକ ତତ୍ୱର ଏକ ଭଲ ଉତ୍ସ । ହୁଏତ ଅନେକ ଏହାକୁ ଜାଣିନଥିବେ । ମାତ୍ର ଏହା ହେଉଚି ଏକ ଭଲ ଜିନିଷ । ଯାହା ସହଜରେ ବି ମିଳିଯାଏ ।

ଭାରତରେ ମିଳୁଥିବା ତୁଳସୀ ମଂଜି ପ୍ରୋଟିନ, ଆବଶ୍ୟକ ଫ୍ୟାଟ ଓ କାର୍ବୋହାଇଡ୍ରେଟରେ ଭରପୂର ରହିଥାଏ । ଏହାକୁ ଖାଇବା ଦ୍ୱାରା ଓଜନ ହ୍ରାସ ହେବା ସହ, ବ୍ଲଡ ସୁଗାର ନିୟନ୍ତ୍ରିତ ରହିଥାଏ । ଆସିଡିଟିରୁ ମୁକ୍ତି ମିଳିବା ସହ ସ୍କିନ ଓ ହେୟାର ପାଇଁ ଲାଭଦାୟକ ହୋଇଥାଏ । ଏହାକୁ ପାଣିରେ ଭିଜେଇ ପିଇବା ଦରକାର ।

ଏହାସହ ଯଦି ଆପଣ ଚାହିଁବେ ଅନ୍ୟ କିଛି ଡ୍ରିଙ୍କ ସହ ମିଶାଇ ବି ପିଇପାରିବେ । ହେଲେ ଏହା ପିଲା ଓ ଗର୍ଭବତୀ ମହିଳାଙ୍କ ପାଇଁ ହାନିକାରକ ହୋଇଥାଏ । ଗର୍ଭବତୀମାନେ ଏହାକୁ ପିଇଲେ ଶରୀରରେ ଏଷ୍ଟ୍ରୋଜେନ ଲେବଲ କମ ହୋଇଥାଏ । ସେଥିପାଇଁ ଖାଦ୍ୟରେ ଏହାକୁ ସାମିଲ କରିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

Get real time updates directly on you device, subscribe now.