fbpx

ଆସନ୍ତାକାଲି ଠାରୁ ପିଏମ୍ ମୋଦୀଙ୍କ ବିଦେଶ ଯାତ୍ରା ଆରମ୍ଭ: ୬୫ ଘଣ୍ଟାରେ ୨୫ଟି ବୈଠକ, ୮ ବିଶ୍ୱନେତାଙ୍କ ସହ ମୁଲାକାତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ନିଜର ପ୍ରଥମ ବିଦେଶ ଯାତ୍ରା ମେ ମାସ ୨ ତାରିଖଠାରୁ ଆରମ୍ଭ କରିବେ । ମୋଦୀ ଜର୍ମାନୀ, ଡେନମାର୍କ ଓ ଫ୍ରାନ୍ସ ଗସ୍ତ କରି ୭ଟି ଦେଶର ୮ ଜଣ ବିଦେଶୀ ନେତାଙ୍କ ସହ ସାକ୍ଷାତ କରିବେ । ଏହି ପରିପ୍ରେକ୍ଷୀରେ ଅନେକ ଦ୍ୱିପାକ୍ଷିକ ଓ ବହୁପାକ୍ଷିକ ବୈଠକରେ ସେ ସାମିଲ ହେବେ । ମୋଦୀ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିବା ସହ ୬୫ ଘଣ୍ଟା ମଧ୍ୟରେ ୨୫ଟି ବୈଠକରେ ଭାଗନେବେ ବୋଲି ଜଣାପଡ଼ିଛି ।

ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଗସ୍ତ ଅବସରରେ ମୋଦୀ ୫୦ରୁ ଅଧିକ ଗ୍ଲୋବାଲ ଲିଡର୍ସଙ୍କ ସହ ସାକ୍ଷାତ କରିବେ । ଗୋଟିଏ ପଟେ ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ସଙ୍କଟ ଜାରି ରହିଥିବା ବେଳେ ଅନ୍ୟପଟେ ମୋଦୀଙ୍କର ବିଦେଶ ଗସ୍ତ ଆରମ୍ଭ ହୋଇଛି । ଏହି ଯୁଦ୍ଧ ପ୍ରସଙ୍ଗକୁ ନେଇ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତ ଏକାଧିକ ଥର ଭୋଟିଂରୁ ବିରତ ରହିଥିଲା । ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟକୁ ନେଇ ଆମେରିକା ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶ୍ନ ଉଠାଇଥିଲା ।

ଏହି ଯାତ୍ରା ସମୟରେ ମୋଦୀ ଜର୍ମାନୀ ଓ ଡେନମାର୍କରେ ଗୋଟିଏ ଗୋଟିଏ ରାତି ବିତାଇବେ । ପ୍ୟାରିସରେ ମୋଦୀଙ୍କର ସାକ୍ଷାତ ଫ୍ରାନ୍ସର ନବନିଯୁକ୍ତ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହିତ ହେବ । ବର୍ଲିନରେ ମୋଦୀ ଜର୍ମାନୀ ଚାନ୍ସେଲର ଓଲାଫ ଶୋଲଜଙ୍କ ସହିତ ଦ୍ୱିପାକ୍ଷିକ କଥାବାର୍ତ୍ତା କରିବେ । ଏହାପରେ ମୋଦୀ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକସେନଙ୍କୁ କୋପେନହେଗନରେ ସାକ୍ଷାତ କରିବେ ।

Get real time updates directly on you device, subscribe now.