fbpx

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ଆଇଏଏସ ତରୁଣ କପୁର, ୨ବର୍ଷ ପର୍ଯ୍ୟନ୍ତ ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି ପେଟ୍ରୋଲିୟମ ମନ୍ତ୍ରଣାଳୟର ପୂର୍ବତନ ସଚିବ ତରୁଣ କପୁର । ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ୍‌ କମିଟିର ନିଷ୍ପତ୍ତି କ୍ରମେ ସୋମବାର ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସଚିବ ପାହ୍ୟା ଅଧିକାରୀଭାବେ କାର୍ଯ୍ୟ କରିବେ । ଦାୟିତ୍ୱ ନେବାର ୨ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଏହି ପଦରେ ରହିବାକୁ ପଡ଼ିବ । ୧୯୮୭ ହିମାଚଳ ପ୍ରଦେଶର ଆଇଏସ୍‌ କ୍ୟାଡର ଶ୍ରୀ କପୁର ୨୦୨୧ ନଭେମ୍ବର ୩୦ରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ପାଇଥିଲେ । ତାଙ୍କ ବ୍ୟତୀତ ବରିଷ୍ଠ ପ୍ରଶାସନିକ ଅଧିକାରୀ ହରିରଞ୍ଜନ ରାଓ ଓ ଅତିଶ ଚନ୍ଦ୍ରଙ୍କୁ ପିଏମ୍‌ଓରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।

Get real time updates directly on you device, subscribe now.