ନୂଆଦିଲ୍ଲୀ: ଭାରତର ଚର୍ଚ୍ଚିତ ସିମେଣ୍ଟ ବ୍ରାଣ୍ଡ ଅମ୍ବୁଜାକୁ କିଣିବା ପାଇଁ ଅଦାନୀ ଏବଂ ଜେଏସଡବ୍ଲ୍ୟୁ ଗୋଟିଏ ପାଦ ଆଗକୁ ବଢାଇଛନ୍ତି। ବିଜନେସ ଷ୍ଟାଣ୍ଡାର୍ଡର ଖବର ଅନୁଯାୟୀ, ଏହି ଦୁଇ କମ୍ପାନୀ ଗତ ସପ୍ତାହରେ ଅମ୍ବୁଜା ସିମେଣ୍ଟର ଅଧିଗ୍ରହଣ ପାଇଁ ନିଲାମୀରେ ସାମିଲ ହେବେ। ଦୁଇ କମ୍ପାନୀ ନିଜ ଫର୍ମ ଜରିଆରେ ଅମ୍ବୁଜାକୁ କିଣିବା ପାଇଁ ଖର୍ଚ୍ଚ କରୁଛନ୍ତି।
ଅମ୍ବୁଜା ସିମେଣ୍ଟର ପ୍ୟାରେଣ୍ଟ କମ୍ପାନୀ ହୋଲସିମ ଲିମିଟେଡ୍ ଭାରତରେ ନିଜର କାରବାର ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି। ହୋଲସିମ ଲିମିଟେଡର ଅମ୍ବୁଜା ସିମେଣ୍ଟରେ ୬୩.୧ ପ୍ରତିଶତ ଭାଗିଦାରୀ ଉପରେ ନିୟନ୍ତ୍ରଣ ରହିଛି। ଅମ୍ବୁଜାର କାରବାର କିଣିବା ପାଇଁ ଦୌଡରେ ଅଦାନୀ ଗ୍ରୁପ ବ୍ୟତୀତ ଡି-ମାର୍ଟର ରାଧାକିଶନ ଦମାନୀ, ଆମେରିକା ଘରୋଇ ଇକ୍ୟୁଟି ଫର୍ମ ଆପୋଲୋ ଗ୍ଲୋବାଲ ମ୍ୟାନେଜମେଣ୍ଟ, ସଜ୍ଜନ ଜିନ୍ଦଲଙ୍କ ଜେଏସଡବ୍ଲ୍ୟୁ ସାମିଲ।
ଏହା ବ୍ୟତୀତ ଆଦିତ୍ୟ ବିର୍ଲା ଗ୍ରୁପର ଅଲଟ୍ରାଟେକ୍ ସିମେଣ୍ଟ ମଧ୍ୟ ଅମ୍ଵୁଜାର କାରବାର କିଣିବା ପାଇଁ ରୁଚି ଦେଖାଇଛି।
୨୦୨୨ ମାର୍ଚ୍ଚରେ ସମାପ୍ତ ପ୍ରଥମ ତ୍ରୈମାସରେ ଅମ୍ଵୁଜାର ମୁନାଫା ୩୦୨୬ ପ୍ରତିଶତ ହ୍ରାସ ପାଇ ୮୫୬.୪୬ କୋଟିକୁ ଖସି ଆସିଛି। ତ୍ରୈମାସ ସମୟରେ ଏହାର ପରିଚାଳନା ଆୟ ୨.୪ ପ୍ରତିଶତ ବଢି ୭,୯୦୦ କୋଟିରେ ପହଞ୍ଚିଛି। ସୂଚନାଯୋଗ୍ୟ, କମ୍ପାନୀର ଆର୍ଥିକ ବର୍ଷ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ହୋଇଥାଏ।