ଆରମ୍ଭ ହେଲା Filpkartର Big Savings Day, ଗ୍ରାହକଙ୍କୁ ମିିଳିବ ଭାରି ଡିସ୍କାଉଣ୍ଟ, ବୁଧବାର ଠାରୁୂ Amazon ରେ ମଧ୍ୟ ଆରମ୍ଭ ହେବ ସେଲ୍

ନୂଆଦିଲ୍ଲୀ: ଯଦି ଆପଣ ଘର ପାଇଁ କୌଣସି ସାମଗ୍ରୀ କିଣିବାକୁ ଚାହୁଛନ୍ତି କିମ୍ବା କୌଣସି ଗ୍ୟାଜେଟ କିଣିବାକୁ ଚାହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର । କାରଣ ଫ୍ଲିପକାର୍ଟ ଏବଂ ଆମାଜନ ଉଭୟ ପ୍ଲାଟଫର୍ମରେ ବଢ଼ିଆ ଅଫର ନେଇ ଆସିଛନ୍ତି । ଫ୍ଲିପକାର୍ଟର ସେଲ ୩ ମେ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଆମାଜନର ସେଲ୍ କାଲିଠାରୁ ଅର୍ଥାତ୍ ବୁଧବାର ୪ ମେ ଠାରୁ ଆରମ୍ଭ ହେବାକୁ ଯାଉଛି । ଉଭୟ ଇ କମର୍ସ ପ୍ଲାଟଫର୍ମ ନିଜ ନିଜ ୱେବସାଇଟ ରେ ଅଫର ଲିଷ୍ଟ କରିଛନ୍ତି । ଉଭୟ ପ୍ଲାଟଫର୍ମ ସ୍ମାର୍ଟଫୋନ ଠାରୁ ଆରମ୍ଭ କରି ଆକ୍ସେସୋରିଜ ଏବଂ କନ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଭଳି ପ୍ରୋଡକ୍ଟ ରହିଛି ।

ଫ୍ଲିପକାର୍ଟରେ ରହିଛି ଏହି ଅଫର:

ଫ୍ଲିପକାର୍ଟର ବିଗ୍ ସେଭିଙ୍ଗସ ଡେ ୩ ମେ ରୁ ଆରମ୍ଭ ହୋଇଛି । ଏହା ୮ ମେ ପର୍ଯ୍ୟନ୍ତ ଚାଲୁ ରହିବ । ଗ୍ରାହକଙ୍କୁ ବିଭିନ୍ନ ସାମଗ୍ରୀ ଉପରେ ୮୦ % ପର୍ଯ୍ୟନ୍ତ ଡିସ୍କାଉଣ୍ଟ ରହିଛି । ଏହା ସହ ଏସବିଆଇ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଡିସ୍କାଉଣ୍ଟ ମଧ୍ୟ ରହିଛି । ଏସବିଆଇ ଗ୍ରାହକ ଏସବିଆଇ କ୍ରେଡିଟ୍ କାର୍ଡ, ଇଏମଆଇ ଟ୍ରାନ୍ଜାକ୍ସନ, ୟୋନୋ ଆପ୍ ଜରିଆରେ ସପିଂ କଲେ ଅତିରିକ୍ତ ଡିସ୍କାଉଣ୍ଟ ମଧ୍ୟ ପାଇପାରିବେ । ତେଣୁ ଆଉ ଡେରି ନକରି ଆପଣଙ୍କ ଚାହୁଥିବା ସାମଗ୍ରୀ ଡିସ୍କାଉଣ୍ଟରେ କିଣିନିଅନ୍ତୁ ।

ଆମାଜନ ଅଫର୍:

ଇ-କମର୍ସ ପ୍ଲାଟଫର୍ମ ଆମାଜନ ଏହାର ସମର ସେଲ୍ ବୁଧବାର ଅର୍ଥାତ ୪ ମେଠାରୁ ଆରମ୍ଭ ହେବ । ଅଫରରେ ଗ୍ରାହକଙ୍କୁ ସ୍ମାର୍ଟଫୋନ, ଲାପଟପ୍, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଭାରି ଡିସ୍କାଉଣ୍ଟ ମିଳିବ । ଅଫରରେ ଗ୍ରାହକଙ୍କୁ ଆଇସିଆଇସିଆଇ ବ୍ୟାଙ୍କ, କୋଟକ, ଆରବିଏଲ ବ୍ୟାଙ୍କର କ୍ରେଡିଟ ଏବଂ ଡେବିଟ୍ କାର୍ଡ ମାଧ୍ୟମରେ ଅତିରିକ୍ତ ଡିସ୍କାଉଣ୍ଟ ମଧ୍ୟ ମିଳିବ ।

Get real time updates directly on you device, subscribe now.