(Video) କାଚ୍ଚା ବାଦାମ ଶୁଣିବା ପରେ ରାସ୍ତା ଉପରେ ଏମିତି କଲା ସ୍କୁଲ ପିଲା, ଭାଇରାଲ ହେଉଛି ଭିଡିଓ…

ସୋସିଆଲ ମିଡିଆରେ ଅନେକ ରେମାଞ୍ଚକର ଏବଂ ମଜାଦାର ଭିଡିଓ ଭରି ରହିଛି । ପ୍ରତିଦିନ ନୂଆ ନୂଆ ଭିଡିଓ ଭାଇରାଲ ହୋଇଥାଏ । ଏମିତି ଅନେକ ଟ୍ରେଣ୍ଡ ରହିଛି ଯାହା ଲମ୍ବା ସମୟ ଧରି ଚାଲିଥାଏ । ଏହି ଟ୍ରେଣ୍ଡ ମଧ୍ୟରୁ ଗୋଟିଏ ହେଉଛି କାଚ୍ଚା ବାଦାମ । ବିଗତ କିଛି ମାସରୁ ଏହି କାଚ୍ଚା ବାଦାମର ଟ୍ରେଣ୍ଡ ରହିଆସିଛି । ଭାଇରାଲ ବଙ୍ଗାଳୀ ଗୀତ ଏବେବି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

ଏହାରି ମଧ୍ୟରେ ଏହି ଗୀତରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ପିଲା ରାସ୍ତାରେ ସ୍କୁଲ ଡ୍ରେସ ପିନ୍ଧି ଯାଉଥିବାର ନଜର ଆସୁଛନ୍ତି । ଆଉ ସ୍କୁଲ ଡ୍ରେସ ପିନ୍ଧିଥିବା ଜଣେ ପିଲା ରାସ୍ତାରେ କାଚ୍ଚା ବାଦାମ ଗୀତରେ ନାଚିବାକୁ ଆରମ୍ଭ କରିଦେଉଛି । ଭିଡିଓରେ ଦେଖାଯାଉଛି ଯେମିତି “କାଚ୍ଚା ବାଦାମ’ ଗୀତ ବାଜିବା ଆରମ୍ଭ ହେଉଛି ପିଲାଟି ସଙ୍ଗେ ସଙ୍ଗେ ରାସ୍ତା ଉପରେ ନିଜର ଅଣ୍ଟା ହଲେଇ ନାଚ ଷ୍ଟେପ କରିବାକୁ ଲାଗୁଛି । ଭିଡିଓରେ ଦେଖାଯାଉଛି ଯେ ଗୀତ ଶୁଣିବା ପରେ ପିଲାଟି ଅତ୍ୟଧିକ ଖୁସି ହୋଇଯାଇଛି ଆଉ ନାଚିବା ଆରମ୍ଭ କରିଦେଉଛି । ଏହି ପିଲାର ପଛରେ ଆସୁଥିବା ପିଲା ମଧ୍ୟ ତାକୁ ଦେଖି ଡାନ୍ସ ଷ୍ଟେପ୍ କରୁଛି ।

 

View this post on Instagram

 

A post shared by RVCJ Media (@rvcjinsta)

ଆଉ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ୟୁଜର୍ସ ଭିଡିଓ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ ଝିଅମାନଙ୍କ ଠାରୁ ଭଲ ଡାନ୍ସ କରୁଛନ୍ତି, ସେହିଭଳି ଆଉ ଜଣେ ୟୁଜର ଲେଖିଛନ୍ତି ଯେ ଲାଗୁଛି ଭାଇ ପରୀକ୍ଷାରେ ପାସ୍ ହୋଇଯାଇଛି ।

Get real time updates directly on you device, subscribe now.