fbpx

ବ୍ରେକଅପ୍ ଗୁଜବ ମଧ୍ୟରେ ଏକାଠି ନଜର ଆସିଲେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ

ମୁମ୍ବାଇ: ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ମଧ୍ୟରେ ସବୁ ଠିକ୍ ଥିବାରୁ ମନେହେଉଛି । କାରଣ ବ୍ରେକଅପ୍ ହେବାର ଗୁଜବ ହେବାର କିଛି ଦିନ ପରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ରବିବାର ଦିନ ଅର୍ପିତା ଖାନଙ୍କ ଇଦ୍ ପାର୍ଟୀରେ ନଜର ଆସିଛନ୍ତି। ଦୁହେଁ ପହଞ୍ଚିବା ପରେ ପାପାରାଜି ପାଇଁ ପୃଥକ ଭାବରେ ପୋଜ୍ କରିଥିଲେ କିନ୍ତୁ ଏକତ୍ର ଭେନ୍ୟୁ ଭିତରକୁ ଯାଇଥିଲେ ।

 

View this post on Instagram

 

A post shared by Viral Bhayani (@viralbhayani)

କିଆରା ଏବଂ ସିଦ୍ଧାର୍ଥଙ୍କ ମୁହଁରେ ଏକ ବଡ ହସ ସ୍ପଷ୍ଟ ଦେଖାଯାଉଥିଲା । ଦୁହେଁ କିଛି ବର୍ଷ ହେବ ସଂପର୍କରେ ରହିଆସିଛନ୍ତି ଏବଂ ନିକଟରେ ଦୁହେଁ ଅଲଗା ହୋଇଥିବାର ଶୁଣିବାକୁ ମିଳିଥିଲା । ଗୁଜବ ଉଠିବା ପରେ ପ୍ରଥମ ଥର ପାଇଁ ସିଦ୍ଧାର୍ଥ ଏବଂ କିଆରା ଏକତ୍ର ହୋଇ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ବର୍ତ୍ତମାନ ଦୁହିଁଙ୍କୁ ଏକାଠି ଦେଖି ସେମାନଙ୍କ ପ୍ରଶଂସକମାନେ ଆନନ୍ଦିତ ହୋଇଯାଇଛନ୍ତି ।

ଶେରଶାହାରେ ଏକାଠି ଅଭିନୟ କରିଥିବା ସିଦ୍ଧାର୍ଥ ଏବଂ କିଆରା ଦୀର୍ଘ ସମୟ ଧରି ଡେଟିଂ କରୁଥିବା ଅନୁମାନ କରାଯାଉଛି। ତଥାପି, ସେମାନେ ଏପର୍ଯ୍ୟନ୍ତ ସେମାନଙ୍କର ସମ୍ପର୍କକୁ ଅସ୍ୱୀକାର କରିନାହାଁନ୍ତି କିମ୍ବା ନିଶ୍ଚିତ କରିନାହାଁନ୍ତି ।

 

Get real time updates directly on you device, subscribe now.