fbpx

ଆକର୍ଷଣୀୟ ଅଫର ନେଇଆସିଛି ଆମାଜନ.ଇନ୍‌ର ‘ସମର ସେଲ, ଏମିତି ରିହାତିର ଫାଇଦା ଉଠାଇପାରିବେ ଗ୍ରାହକ

ମୁମ୍ବାଇ: ଭାରତରେ ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସହିତ ଆମାଜନ.ଇନ ପକ୍ଷରୁ ଚଳିତ ମେ ୪ ରୁ ଏହାର ‘ସମର ସେଲ’ ଆରମ୍ଭ ହୋଇଯାଉଛି । ଏହି ସମର ସେଲରେ ଗ୍ରାହକମାନେ ଅନେକଗୁଡ଼ିଏ ଉଲ୍ଲେଖନୀୟ ବ୍ରାଣ୍ଡ ଯଥା ୱାନପ୍ଲସ, ଏଲଜି, ଇଂଟେଲ, ଟେକନୋ, ଫୁଜିଟସ, ରେନି ଓ ସୁଗାର ତଥା ଆହୁରି ଅନେକ ବ୍ରାଣ୍ଡରୁ ଆରର୍ଷଣୀୟ ଅଫର ପାଇପାରିବେ ।

ଆମାଜନ ପ୍ରଥମ ଥର ପାଇଁ କାଉଂଟଡାଉନ ଡିଲ୍‌ସ ଆରମ୍ଭ କରୁଛି ଯାହାକି ସମସ୍ତ ଗ୍ରାହକଙ୍କ ପାଇଁ ରହିଛି ଏବଂ ବଛା ବଛା ଅଫର ମାଧ୍ୟମରେ ସେମାନେ ସମସ୍ତ ବର୍ଗରେ ବ୍ୟାପକ ଶ୍ରେଣୀୟ ଉତ୍ପାଦ ଉପରେ ପ୍ରାରମ୍ଭିକ ସୁବିଧା ସହିତ ମେ ୩ ପର୍ଯ୍ୟ” ଅନେକ ଅଫର ଉପଲବ୍ଧ କରିପାରିବେ । ଏହି ଅଫର ଗୁଡ଼ିକ ବିଭିନ୍ନ ବ୍ରାଣ୍ଡ ଯଥା ରିୟଲମି, ଆପଲ, ସାମସଙ୍ଗ, ଓପୋ, ବୋଟ, ନଏଜ, ଫସିଲ, ଫାଷ୍ଟଟ୍ରାକ, ଟାଇମେକ୍ସ, ଆମେରିକାନ ଟୁରିଷ୍ଟର, ସଫାରୀ, ସ୍କାଏବ୍ୟାଗସ, ୟୁରେକା ଫୋର୍ବସ, ଫିଲିପ୍ସ, ହିରୋ ସାଇକେଲ ଇତ୍ୟାଦିରେ ଉପଲବ୍ଧ ରହିଛି । ଗ୍ରାହକମାନେ ଏହି ଅବସରରେ ଅଧିକ ସଂଚୟ କରିପାରିବେ ଓ ବ୍ୟାପକ ଶ୍ରେଣୀୟ ଫାଇନାନ୍ସ ବିକଳ୍ପ ଉପଲବ୍ଧ କରିପାରିବେ ଯଥା ଆଇସିଆଇସିଆଇ ବ୍ୟାଙ୍କ, କୋଟକ ଓ ଆରବିଏଲ କ୍ରେଡିଟ / ଡେବିଟ କାର୍ଡରେ ୧୦% ତୁର” ରିହାତି ଡେବିଟ କାର୍ଡ ଓ ବଜାଜ ଫିନସର୍ଭରେ ନୋ କଷ୍ଟ ଇଏମଆଇ, ଏକ୍ସଚେ ଅଫର, ବଛା ବଛା କ୍ରେଡିଟ/ ଡେବିଟ କାର୍ଡରେ ଆକର୍ଷଣୀୟ ଅଫର ଓ ଆହୁରି ଅନେକ ସୁବିଧା ପାଇପାରିବେ`

ଆମାଜନ ପେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ସହିତ ଗ୍ରାହକମାନେ ସପିଂରେ ୫% ପର୍ଯ୍ୟନ୍ତ ସଂଚୟ କରିପାରିବେ । କାର୍ଡ ନଥିବା ଯୋଗ୍ୟ ଗ୍ରାହକମାନେ ଏହାକୁ ବ୍ୟବହାର କରି ୨୦୦୦ଟଙ୍କା ର ରିୱାର୍ଡ ପାଇପାରିବେ । ନୂଆ ୟୁଜରମାନେ ସାଇନଅପ୍‌ କରିପାରିବେ ଓ ଆମାଜନ ପେ ୟୁପିଆଇ ରେ କିଣାକିଣି କରିପାରିବେ ଓ ଅତିରିକ୍ତ ୧୦% ବା ୧୦୦ ଟଙ୍କାର ସଂଚୟ କରିପାରିବେ । ରିୱାର୍ଡ ଫେଷ୍ଟିଭାଲ ସମୟରେ କିଣାକିଣି କରି ଗ୍ରାହକମାନେ ୫୦୦୦ଟଙ୍କା ପର୍ଯ୍ୟନ୍ତ ସଂଚୟ କରିପାରିବେ । ଏହାକୁ ନିୟମିତ ପେମେଂଟ ଯଥା ଟଙ୍କା ପଠାଇବା, ବିଲ ପଇଠ କରିବା ଓ ଆହୁରି ଅନେକ ବିଷୟରେ ବ୍ୟବହାର କରାଯାଇପାରିବ ଓ ଆକର୍ଷଣୀୟ ରିୱାର୍ଡ ପାଇପାରିବେ ଯାହାକି ସେଲ ସମୟରେ ରିଡିମ କରାଯାଇପାରିବ । ଆମାଜନ ପେ ଲ୍ୟାଟର ସହିତ ୟୁଜରମାନେ ଇନଷ୍ଟାଂଟ କ୍ରେଡିଟ ୬୦,୦୦୦ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ଓ ଏହା ସହିତ ଆକ୍ଟିଭେସନ କ୍ଷେତ୍ରରେ ୧୫୦ଟଙ୍କା ର ଫ୍ଲାଟ କ୍ୟାସବ୍ୟାକ ସୁବିଧା ରହିଛି ଓ ସମସ୍ତ ସପିଂ ଅର୍ଡର ଉପରେ ୧୦୦ଟଙ୍କା କ୍ୟାଶବ୍ୟାକ ସୁବିଧା ମିଳିପାରିବ।

Get real time updates directly on you device, subscribe now.