fbpx

ସୋଲାର କମ୍ପୋଷ୍ଟର ତିଆରି କଲେ ଆଇଆଇଟି ଛାତ୍ର: ୩୦% ଶସ୍ତା ଆଉ ଗନ୍ଧ ବି ହେବନି

ନୂଆଦିଲ୍ଳୀ: ଆପଣଙ୍କ ରୋଷେଇ ଘରୁ କିମ୍ବା ଅନ୍ୟାନ୍ୟ ସ୍ଥାନରୁ ଅଳିଆ ଜିନିଷ ବାହାରିଥାଏ । ଏହି ଅଳିଆ ଜିନିଷରୁ କମ୍ପୋଷ୍ଟ ବାହାର କରିବା ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି ଜନୈକ ଆଇଆଇଟି କାନପୁର ଛାତ୍ର । ଆଇଆଇଟି କାନପୁରର ପୂର୍ବତନ ଛାତ୍ର ହରି ଶଙ୍କର ଏମିତି ଏକ କମ୍ପୋଷ୍ଟର ତିଆରି କରିଛନ୍ତି ଯାହା ୩୦ ପ୍ରତିଶତ ଶସ୍ତା ଏବଂ ଏଥିରୁ ଗନ୍ଧ ବି ଆସିନଥାଏ ।

ଏହି ଯନ୍ତ୍ରଟିର ନାମ ଭୂମି ରଖାଯାଇଛି । ଜୈବିକ ଅଳିଆକୁ ମାତ୍ର ୨୦ ଦିନ ମଧ୍ୟରେ କମ୍ପୋଷ୍ଟରେ ପରିଣତ କରିଥାଏ ଏହି ଯନ୍ତ୍ର । ଏହା ସହିତ ଏଥିରେ ସୌରଶକ୍ତତିର ବ୍ୟବହାର ହେଉଥିବା ବେଳେ ଏହାର ମୂଲ୍ୟ ମଧ୍ୟ ଅପେକ୍ଷାକୃତ ଭାବରେ କମ୍ ରହିଛି । ବର୍ଜ୍ୟବସ୍ତୁ ପରିଚାଳନା ଉପରେ କାମ କରୁଥିବା ହରି ଆଗ୍ନିସ୍ ୱେଷ୍ଟ ମ୍ୟାନେଜମେଣ୍ଟ ନାମକ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ ।

ଏହି ଯନ୍ତ୍ରଟିକୁ ନିର୍ମାଣ କରିବାକୁ ପ୍ରାୟ ୨୫ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ୨୫ ହଜାର ଟଙ୍କା ଖର୍ଚ୍ଚରେ ତିଆରି ହୋଇଥିବା ଯନ୍ତ୍ର ୪ରୁ ଅଧିକ ପରିବାରର ଅଳିଆକୁ କମ୍ପୋଷ୍ଟରେ ପରିଣତ କରିବାରେ ସମର୍ଥ ହେବ । ଅନ୍ୟ ପକ୍ଷରେ ୧୦୦ଟି ଫ୍ଲାଟର ଅଳିଆକୁ କମ୍ପୋଷ୍ଟରେ ପରିଣତ କରିବା ପାଇଁ ମେସିନ୍ ତିଆରି କଲେ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

Get real time updates directly on you device, subscribe now.