fbpx

ବାତିଲ କରାଯାଉ ନିଶାଡିଙ୍କ ରାସନ୍ କାର୍ଡ: ଜାଣନ୍ତୁ କାହିଁକି ଏମିତି କହିଲେ ପୁରୀ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ନିଶାମୁକ୍ତି କରିବାର ଏକ ଉପାୟ ବତାଇଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ନିଶା ଖାଉଥିବା ଲୋକଙ୍କ ରାସନ କାର୍ଡ କ୍ୟାନ୍ସଲ କରାଯିବା ଆବଶ୍ୟକ । ମଦୁଆ ମାନଙ୍କର ରାସନ୍ କାର୍ଡ କ୍ୟାନ୍ସଲ କରାଯିବା ସହିତ ସେମାନଙ୍କୁ ନିର୍ବାଚନ ଲଢିବା ପାଇଁ ସୁଯୋଗ ନ ମିଳୁ ବୋଲି କହିଛନ୍ତି ଜୟନ୍ତ ଷଡଙ୍ଗୀ ।

ମୋ ଜୀବନରେ ମୁଁ ଅନେକ ନିର୍ବାଚନ ଲଢିଛି ଏବଂ ଜିତିଛି । ନିର୍ବାଚନରେ ବିଜୟୀ ହୋଇ ଅନେକ ଥର ନଗରପାଳ ହେବା ସହିତ ବିଧାୟକ ମଧ୍ୟ ହୋଇଛି । ତେବେ କଦାପି ମୁଁ ନିଶାର ସାହାରା ନେଇନାହିଁ । ଭୋଟ ମାଗିବା ପାଇଁ କେବେ ନିଶାର ସାହାରା ନେଇନି କି କେବେ ନିଶା ଖାଇ ଭୋଟ ମାଗିନି ।

ତେଣୁ ମଦ ପିଉଥିବା ଲୋକ ନିର୍ବାଚନ ଲଢ଼ି ନ ପାରିବାର ନିୟମ ଆସିବା ଦରକାର। ୱାର୍ଡ ମେମ୍ବରଠାରୁ ଆରମ୍ଭ କରି ବିଧାୟକ, ସାଂସଦ ପର୍ୟ୍ୟନ୍ତ ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ ହେବା ଦରକାର। ମଦ ପିଇଲେ ରାସନ କାର୍ଡ ମିଳିବନି ବୋଲି ସରକାର ଆଇନ କରିଦିଅନ୍ତୁ, ଦେଖିବେ ସମାଜରୁ ନିଶା ବ୍ୟାଧି ଦୂରେଇଯିବ ବୋଲି କହିଛନ୍ତି ବିଧାୟକ ।

Get real time updates directly on you device, subscribe now.