fbpx

ଟାଟା ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ସାମ୍ନାକୁ ଆସିଲା Video

ଜମସେଦପୁର: ଝାଡ଼ଖଣ୍ଡ ସ୍ଥିତ ଜମସେଦପୁରରେ ଥିବା ଟାଟା ଷ୍ଟିଲ ପ୍ଲାଣ୍ଟ ଭିତରେ ଜୋରଦାର ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଲୋକଙ୍କ ନରେ ଭୟ ଦେଖିବାକୁ ମିଳିଛି । ପ୍ଲାଣ୍ଟରେ ନିଆଁ ଲାଗିବା ଓ ଗ୍ୟାସ୍ ଲିକ୍ ହେବା ପରେ କର୍ମଚାରୀଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ବାହାର କରାଯାଇଛି ।

ତେବେ ନିଆଁ ଏତେ ତୀବ୍ର ଭାବେ ବ୍ୟାପିଥିଲା ଯେ, ଏହାକୁ ନିୟନ୍ତ୍ରଣ କରିବାକୁ ଅଗ୍ନିଶମ ବାହିନୀକୁ ଡାକିବାକୁ ପଡିଥିଲା । ଏହି ଘଟଣା ସକାଳ ୧୦.୨୦ ରେ ହୋଇଥିବା ଜଣାପଡିଛି । ଆଇଏମଏମଏମ କୋକ ପ୍ଲାଣ୍ଟର ବ୍ୟାଟେରୀ ନମ୍ବର ୬ ଓ ୭ରେ ବିସ୍ଫୋରଣ ହୋଇଛି । ଏଥିରେ ୨ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତର ସୂଚନା ମିଳିନାହିଁ । ଏହା ସହ କ୍ଷୟକ୍ଷତିର ଆକଳନ ମଧ୍ୟ କରାଯାଇନାହିଁ । ଘଟଣାସ୍ଥଳରେ ଅଧିକ ସଂଖ୍ୟକ ଦମକଳ, ସ୍ୱାସ୍ଥ୍ୟ ବିଭାଗର ଗାଡ଼ି ଓ ଜିଲ୍ଲା ପ୍ରଶାସନର ଅଧିକାରୀ ଉପସ୍ଥିତ ରହିଛନ୍ତି ।

ଅନ୍ୟପଟେ ଘଟଣାକୁ ନେଇ ଟାଟା ଷ୍ଟିଲ ପକ୍ଷରୁ ଏକ ଷ୍ଟେଟମେଣ୍ଟ ରିଲିଜ୍ ହୋଇଛି । ଯେଉଁଥିରେ କୁହାଯାଇଛି କି, ଆଜି ଜମସେଦପୁରରେ ଥିବା କୋକ ପ୍ଲାଣ୍ଟରେ ବ୍ୟାଟେରୀ ୬ରେ ଫାଇଲ୍ ଗ୍ୟାସ୍ ଲାଇନରେ ବିସ୍ଫୋରଣ ହୋଇଛି । ଏବେ ବ୍ୟାଟେରୀ ୬ କାମ କରୁନି ଓ ଏହାକୁ ବଦଳାଇବାକୁ ପ୍ରକ୍ରିୟା ଜାରି ରହିଛି । ବିସ୍ଫୋରଣ ଓ ନିଆଁ ଲାଗିବ ପରେ ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା ଓ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା । ପରେ ସ୍ଥିତି ଉପକୁ ନିୟନ୍ତ୍ରଣ କରାଯାଇଥିଲା । ଏଥିରେ ୩ ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଟିଏମଏଚ ପଠାଯାଇଛି ।

Get real time updates directly on you device, subscribe now.