fbpx

କୋଲକାତାକୁ ୭୫ ରନରେ ପରାସ୍ତ କରି ପଏଣ୍ଟ ଟେବୁଲର ଶୀର୍ଷରେ ଲକ୍ଷ୍ନୌ, ରସେଲଙ୍କ ଲଢ଼ୁଆ ଇନିଂସ ବୃଥା

ମୁମ୍ବାଇ: ଆଜି ଆଇପିଏଲ ୨୦୨୨ର ୫୩ ତମ ମ୍ୟାଚ୍ ରେ କୋଲକାତା ନାଇଟ୍ ରାଇଡର୍ସକୁ ୭୫ ରନ୍ ରେ ଧୁଳି ଚଟାଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ । କୋଲକାତା ଅଧିନାୟକ ଶ୍ରେୟସ୍ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ । ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି କୋଲକାତା ଆଗରେ ୧୭୭ ରନ୍ ର ବିଜୟ ଲକ୍ଷ୍ୟ ଯାର୍ଯ୍ୟ କରିଥିଲା ।

ତେବେ ୧୭୭ ରନ୍ ର ପିଛା କରି କୋଲକାତା ୧୪.୩ ଓଭରରେ ମାତ୍ର ୧୦୧ ରନ୍ ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା । ପ୍ରଥମେ ଲକ୍ଷ୍ନୌ ବ୍ୟାଟ୍ସମ୍ୟାନ୍ ଙ୍କ ବ୍ୟାଟିଂରେ କୋଲକାତା ବୋଲର ଘାଇଲା ହେବା ପରେ ଲକ୍ଷ୍ନୌ ବୋଲରଙ୍କ ବୋଲିଂରେ ମଧ୍ୟ କୋଲକାତା ବ୍ୟାଟ୍ସମ୍ୟାନ୍ ଧରାଶାୟୀ ହୋଇଥିଲେ ।

କୋଲକାତା ପାଇଁ ଆଣ୍ଡ୍ରେ ରସେଲ ସର୍ବାଧିକ ୧୯ ବଲରୁ ୪୫ ରନ୍ ସଂଗ୍ରହ କରିଥିଲେ । ଏହା ପଛକୁ ଅନ୍ୟତମ କାରବିୟାନ ସୁନିଲ ନାରିନ ୧୨ ବଲରୁ ୨୨ ରନ୍ ସଂଗ୍ରହ କରିଥିଲେ । ଲକ୍ଷ୍ନୌ ପାଇଁ ସଫଳ ବୋଲର ଭାବରେ ଆଭେଶ ଖାନ୍ ୩ ଓଭର ବୋଲିଂ କରି ୧୯ ରନ୍ ବ୍ୟୟରେ ୩ ୱିକେଟ୍ ଏବଂ ଜାସନ ହୋଲ୍ଡର ୨.୩ ବଲରେ ୩୧ ରନ୍ ବ୍ୟୟ କରି ୩ ୱିକେଟ୍ ହାସଲ କରିଥିଲେ । ଏଥିସହିତ ମୋହସିନ୍ ଖାନ୍ ଗୋଟିଏ,ଦୁଷ୍ମନ୍ତ ଚାମିରା ଏବଂ ରବି ବିଷ୍ଣୁ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଏହି ମ୍ୟାଚରେ ବିଜୟ ସହ କେଏଲ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି । ଲକ୍ଷ୍ନୌ ୧୧ ଟି ମ୍ୟାଚ ମଧ୍ୟରୁ ୮ ଟି ଜିତିଛି ଏବଂ ୧୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଁଛି । ଲକ୍ଷ୍ନୌ ପ୍ଲେ ଅଫ୍ ସ୍ଥାନ ପାଇବାକୁ ନିକଟତର ହୋଇଥିବାବେଳେ କେକେଆର୍ ୧୧ ଟି ମ୍ୟାଚରୁ ଚାରିଟି ବିଜୟରୁ ଆଠ ପଏଣ୍ଟ ଏବଂ ବର୍ତ୍ତମାନ ନବମ ସ୍ଥାନରେ ରହିଛି ।

 

 

 

 

 

Get real time updates directly on you device, subscribe now.