fbpx

ସରିଲା ମାଟ୍ରିକ ପରୀକ୍ଷା: ୨୦ରୁ ଆରମ୍ଭ ହେବ ପରୀକ୍ଷା ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା

କଟକ, (ଭାସ୍କର ନ୍ୟୁଜ୍‌) : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା (ସମ୍ମେଟିଭ୍‌-୨) ପରୀକ୍ଷା ଶେଷ ହୋଇଛି । ୨ ବର୍ଷ ପରେ ଶ୍ରେଣୀ ଗୃହରେ ବସି ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଇଥିବାରୁ ସେମାନଙ୍କ ମନରେ ବେଶ୍‌ ଉତ୍ସାହ ଭରିଯାଇଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଆସନ୍ତା ୧୦ ତାରିଖ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଶେଷ ହେବ । ତେବେ ୨୦ କିମ୍ବା ୨୧ରୁ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ବୋର୍ଡ ପରୀକ୍ଷାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଇଂରାଜୀ, ଗଣିତ ଓ ସାମାଜିକ ବିଜ୍ଞାନ ବିଷୟରେ ଆଉଟ୍‌ ଅଫ୍‌ କୋର୍ସ ପ୍ରଶ୍ନତ୍ରକୁ ନେଇ ପରୀକ୍ଷାର୍ଥୀ ଯେଉଁ ଅଭିଯୋଗ ଆଣିଛନ୍ତି ତା’ର ତର୍ଜମା କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ବିଶେଷଜ୍ଞଙ୍କ ସହ ଆଲୋଚନା ମଧ୍ୟ କରାଯାଇଛି ।

ଚଳିତ ବର୍ଷ ୩,୫୪୦ ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୩,୨୦୩ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ସମ୍ମେଟିଭ୍‌-୨ ପରୀକ୍ଷା ଦେଇଛନ୍ତି । ଏହି ପରୀକ୍ଷା ପାଇଁ ସମସ୍ତ ବିଦ୍ୟାର୍ଥୀ ଫର୍ମ ପୂରଣ କରିଥିଲେ । ଏନେଇ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ତେବେ ଏହି ପରୀକ୍ଷାରେ ୪୬ ହଜାରରୁ ଊଦ୍ଧ୍ୱର୍ ପରୀକ୍ଷାର୍ଥୀ ଅନୁସ୍ଥିତ ରହିଥିବାବେଳେ ସେନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ତଲବ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ବୋର୍ଡ ତା’ର ରେଜଲ୍ଟରେ ଏନେଇ ବିଧିବଦ୍ଧ ସୂଚନା ଦେବ ବୋଲି ବୋର୍ଡ ସଭାପତି ରାମାସିଶ ହାଜରା କହିଛନ୍ତି ।

Get real time updates directly on you device, subscribe now.