fbpx

ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ରହିଛି ଅଗ୍ନିଶମ ବିଭାଗ, ସମସ୍ତ ପ୍ରକାର ଯନ୍ତ୍ରପାତି ସହ ପ୍ରସ୍ତୁତ ରହିଛି ସ୍ୱତନ୍ତ୍ର ଟିମ୍

ବ୍ରହ୍ମପୁର (ଭାସ୍କର ନ୍ୟୁଜ ) :ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ଆଗୁଆ ପ୍ରସ୍ତୁତି ଜାରି କରାଯାଇଛି  । ସମ୍ଭାବ୍ୟ ବାତ୍ୟାର ଗତିବିଧି ସଠିକ୍‌ ଭାବେ ଜଣା ପଡିନଥିଲେ ମଧ୍ୟ ବାତ୍ୟାର ଦୃଢ ମୁକାବିଲା ପାଇଁ ଅଗ୍ନିଶ୍ରମ ବିଭାଗ ସଜାଗ ହୋଇ ରହିଛି  । ଫାୟାର ବିଭାଗର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାରେ ଥିବା ୨୪ଟି ଅଗ୍ନିଶ୍ରମ କାର୍ଯ୍ୟାଳୟରେ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି  ।

୨୪ ଟି ଅଗ୍ନିଶ୍ରମ କାର୍ଯ୍ୟାଳୟରେ ୨୪ ଟି ମାଇକ୍ରୋ ଟିମ୍‌ ଗଠନ କରାଯାଇ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆବଶ୍ୟକୀୟ ସରଞ୍ଜାମ ଗୁଡିକ ମହଜୁଦ ରଖାଯାଇଛି  । ପ୍ରତ୍ୟେକ ଷ୍ଟେସନ ରେ ବୋର୍ଟ ରହିଛି  । ଏହା ବ୍ୟତୀତ ରାସ୍ତା ଉପରେ ଗଛ ପଡି ରାସ୍ତା ଅବରୋଧ ହେବାର ସମ୍ଭାବନା ରହିଥିବାରୁ ତୁରନ୍ତ ଗଛ ଗୁଡିକୁ କାଟିବା ପାଇଁ ସମସ୍ତ ପ୍ରକାର ଯନ୍ତ୍ରପାତି ମହଜୁଦ କରି ରଖାଯାଇଛି  । ସେହି ରି ବିଦ୍ୟୁତ ଖୁଣ୍ଟି ପଡିଗଲେ କଂକ୍ରଟ ମଧ୍ୟ ମହଜୁଦ ରଖାଯାଇଥିବା ଆସିଷ୍ଟାଣ୍ଟ ଫାୟାର ଅଫିସର ବିଶ୍ୱନାଥ ମହାନ୍ତି ସୂଚନା ଦେଇଛନ୍ତି  । ଜିଲ୍ଲା ବାହାରେ ମଧ୍ୟ ଯଦି କିଛି ଆବଶ୍ୟକ ପଡେ ସେଥିପାଇଁ ମଧ୍ୟ ଖଲ୍ଲିକୋଟ, ଛତ୍ରପୁର, ବ୍ରହ୍ମପୁର ଏବଂ ବ୍ରହ୍ମପୁର ରେଞ୍ଜ ଅଫିସ୍‌ରେ ମୋଟ ୫ ଟି ସ୍ୱତନ୍ତ୍ର ଟିମ୍‌ ପ୍ରସ୍ତୁତ ରହିଥିବା ଆସିଷ୍ଟାଣ୍ଟ ଫାୟାର ଅଫିସର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି  । ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ପାଇଁ ଆବଶ୍ୟକୀୟ କର୍ମଚାରୀ ଥିବା ବେଳେ ଯଦି ଆବଶ୍ୟକ ପଟେ ଅନ୍ୟ ଜିଲ୍ଲାରୁ ମଧ୍ୟ କର୍ମଚାରୀ ମଧ୍ୟ ଯାଗାଇବାକୁ ସେମାନେ ଅନୁରୋଧ କରିବେ ବୋଲି ସେ କହିଛନ୍ତି  ।

Get real time updates directly on you device, subscribe now.