fbpx

ବଢ଼ିଲା ଯୁଦ୍ଧ ଆଶଙ୍କା: ତାଇୱାନ ସୀମାରେ ଚକ୍କର କାଟିଲା ଚୀନ୍‌ର ୧୮ ଫାଇଟର ଜେଟ୍‌, ଘଉଡ଼ାଇଲା ତାଇୱାନ ବାୟୁସେନା

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ତାଇୱାନ୍‌ ଉପରେ ଚୀନ୍‌ ନିଜର ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି । ତାଇୱାନ୍‌ ଉପରେ ପୁନଃ ନିଜର ସତ୍ତା ଦଖଲ ପାଇଁ ଚୀନ୍‌ ତାଇୱାନର ସୀମାରେ ଅନାଧିକାର ପ୍ରବେଶ କରିଛି । ତାଇୱାନର ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ୍‌ ଜୋନ୍‌ରେ ଚୀନ୍‌ର ୧୮ଟି ଯୁଦ୍ଧବାହୀ ବିମାନ ଚକ୍କର କାଟିଛି ।

ଗତ କିଛିମାସ ହେବ ଚୀନ୍‌ର ଏଭଳି ଅବାଧ ପ୍ରବେଶ ମଧ୍ୟରେ ଏହା ତୃତୀୟ ସବୁଠୁ ବଡ଼ ଅନୁପ୍ରବେଶ ଥିବା କୁହାଯାଉଛି । ଆକ୍ରମଣର ଆଶଙ୍କା ମଧ୍ୟରେ ଥିବା ତାଇୱାନ ଚୀନ୍‌ର ଫାଇଟର ପ୍ଲେନ୍‌କୁ ଟେକ୍‌ କରିବା ପାଇଁ ମିସାଇଲ୍‌ ସିଷ୍ଟମ୍‌କୁ ପୂରା ପ୍ରସ୍ତୁତ କରିସାରିଛି । ପରନ୍ତୁ ଚୀନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ଏହା ଉପରେ ଏ ପର୍ଯ୍ୟନ୍ତ କୌଣସି ଟିପ୍ପଣୀ ଦେଇନାହିଁ । ତାଇପେ ଡିଫେନ୍ସ ମିନିଷ୍ଟ୍ରି ସୂଚନା ଦେଇଛି କି ଚୀନ୍‌ର ଏହି ଅବାଧ ପ୍ରବେଶ ନେଇ ସୂଚନା ମିଳିବା ମାତ୍ରେ ବାୟୁସେନା ଚେତାବାନୀ ସିଗ୍ନାଲ ପଠାଇଥିଲା ଓ ଜେଟ୍‌ଗୁଡ଼ିକୁ ଟେକ୍‌ କରିବା ପାଇଁ ଏୟାର ଡିଫେନ୍ସ ମିସାଇଲ୍‌ ସିଷ୍ଟମକୁ ବ୍ୟବହାର କରାଯାଇଥିଲା । ପରେ ତାଇୱାନ ବାୟୁସେନା ଚୀନ୍‌ର ଜେଟ୍‌ଗୁଡ଼ିକୁ ପିଛା କରିବା ଆରମ୍ଭ କରିଦେଇଥିଲା ଓ ସେଗୁଡ଼ିକୁ ସେଠାରୁ ଘଉଡ଼ାଇବାକୁ ସକ୍ଷମ ହୋଇଛି ।

Get real time updates directly on you device, subscribe now.