fbpx

ପ୍ରିୟଙ୍କା ଚୋପ୍ରା ଦେଖାଇଲେ ଝିଅର ପ୍ରଥମ ଝଲକ୍: ଜନ୍ମର ୧୦୦ ଦିନ ପରେ ମେଡିକାଲରୁ…

ନୂଆଦିଲ୍ଲୀ: ମଦର୍ସ ଡେ’ ସମସ୍ତ ମା ଓ ତାଙ୍କ ପିଲାଙ୍କ ପାଇଁ ଖାସ୍, କିନ୍ତୁ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସଙ୍କ ପାଇଁ ଏହି ଦିନ ସ୍ମରଣୀୟ ହୋଇଛି । ଏହି ଦିନ ସେ ନିଜ ଝିଅ ମାଲତିଙ୍କୁ ପ୍ରଥମଥର ପାଇଁ ଘରକୁ ଆଣିଛନ୍ତି । ନିକ୍ ଓ ପ୍ରିୟଙ୍କା ଝିଅ ପ୍ରି-ମ୍ୟାଚୁର ଭାବେ ଜନ୍ମ ହୋଇଥିଲା, ଯେଉଁ କାରଣରୁ ତାକୁ ଏନଆଇସିୟୁ(ନିଓ ନାଟାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍) ରେ ପାଖାପାଖି ୧୦୦ ଦିନ ପର୍ଯ୍ୟନ୍ତ ରଖାଯାଇଥିଲା । ଝିଅକୁ ଘରକୁ ଆଣିବା ପରେ ପ୍ରିୟଙ୍କା ପ୍ରଥମଥର ପାଇଁ ଇନଷ୍ଟାଗ୍ରାମରେ ପରିବାରର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ମା’, ବାପା ଓ ଝିଅ ଥିବା ଦେଖିବାକୁ ମିଳିଛି ।

ଏହି ଫଟୋରେ ସେ ଝିଅକୁ ଛାତିରେ ଲଗାଇ ଧରିଛନ୍ତି ଏବଂ ନିକ ଝିଅର ହାତ ଧରିଛନ୍ତି । ଏହି ଫଟୋରେ ଝିଅର ମୁହଁ ଦେଖାଇନାହାନ୍ତି । ଫଟୋ ସେୟାର୍ କରିରି ପ୍ରିୟଙ୍କା ମାତୃ ଦିବସରେ ଏକ ଲମ୍ବା ନୋଟ୍ ଲେଖିଥିଲେ ଏବଂ ମା ହେବା ପରେ ଜୀବନର ଉତ୍ଥାନ-ପତନ ବିଷୟରେ ଉଲ୍ଲେଖ କରିଛନ୍ତି ।

 

View this post on Instagram

 

A post shared by Priyanka (@priyankachopra)

ପ୍ରିୟଙ୍କା ଲେଖିଛନ୍ତି ଯେ, ‘ଏହି ମାତୃ ଦିବସରେ ଆମେ କହିବାକୁ ଚାହୁଁଛୁ ଯେ ଗତ କିଛି ମାସ ଆମ ପାଇଁ ଏକ ରୋଲର୍ କୋଷ୍ଟର୍ ରାଇଡ୍ ଭଳି ରହିଥିଲା । ୧୦୦ ଦିନ ପରେ ଏନଆଇସିୟୁରୁ ଆମ ଝିଅ ଶେଷରେ ଘରକୁ ଆସିଛି । ପ୍ରତ୍ୟେକ ପରିବାରର ଯାତ୍ରା କିଛି ନୂଆ ହୋଇଥାଏ ଏବଂ ଗତ କିଛି ମାସ ଆମ ପାଇଁ ବହୁତ ଚ୍ୟାଲେଞ୍ଜ ଥିଲା । ମୋ ଜୀବନର ସମସ୍ତ ମାତା ଏବଂ କେୟାରଟେକରଙ୍କୁ ମାତୃ ଦିବସର ଶୁଭେଚ୍ଛା । ଆପଣ ସମସ୍ତେ ଏହି ଯାତ୍ରାକୁ ଆହୁରି ସହଜ କରିଛନ୍ତି । ମୋତେ ମା’ କରିଥିବାରୁ ଥ୍ୟାଙ୍କ ୟୁ ନିକ ଜୋନାସ୍ ।’

Get real time updates directly on you device, subscribe now.