fbpx

ବଢ଼ିପାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ସମସ୍ୟା: ୨୨ ବର୍ଷ ପୁରୁଣା ମର୍ଡର କେସରେ ଆସିବ ରାୟ

ଲଖନଉ: ୟୁପି ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ଉପରକୁ ଗାଡ଼ି ଚଢ଼ାଇବା ବିବାଦରେ ସାମ୍ନାକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ସମସ୍ୟା ପୁଣିଥରେ ବଢ଼ିପାରେ । ହାଇକୋର୍ଟଙ୍କ ଲକ୍ଷ୍ମୀପୁର ବେଞ୍ଚରେ ୨୨ ବର୍ଷ ପୁରୁଣା ପ୍ରଭାତ ଗୁପ୍ତା ହତ୍ୟାକାଣ୍ଡର ଶୁଣାଣି ଚାଲିଛି । ମେ’ ୧୬ରେ ଅନ୍ତିମ ଶୁଣାଣି କରିବେ କୋର୍ଟ । ଏହି ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ଶୀଘ୍ର ଆସିପାରେ ବୋଲି ଆଶା କରାଯାଉଛି ।

ତେବେ ପ୍ରଭାତ ଗୁପ୍ତା ମର୍ଡର କେସରେ କେନ୍ଦ୍ର ଗୃୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ସମେତ ୪ ଜଣଙ୍କର ନାଁ ରଖିଛି । ୪ ବର୍ଷ ପୂର୍ବେ ଏହି ମାମଲରେ ହାଇକୋର୍ଟ ନିଷ୍ପତ୍ତିକୁ ସୁରକ୍ଷିତ ରଖିଥିଲେ । ଏବେ ପୁଣିଥରେ ଏହି ମାମଲାରେ ନିଷ୍ପତ୍ତି ନେବାର ସମୟ ଆସିଯାଇଛି । ଲକ୍ଷ୍ମୀପୁରର ପ୍ରଭାତ ମର୍ଡର କେସରେ ୧୬ ମେ’ରେ ହାଇକୋର୍ଟ ଅନ୍ତିମ ଶୁଣାଣି କରିବେ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଅକ୍ଟୋବର ୨୦୨୧ରେ ଲକ୍ଷ୍ମୀପୁରରେ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇବା ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଅଭିଯୁକ୍ତ ପୁଅ ଆଶିଷ ମିଶ୍ର ଏବେ ଜେଲରେ ଅଛନ୍ତି । ନିକଟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଶିଷଙ୍କୁ ପୁଣିଥରେ ଜେଲ ଯିବାକୁ ପଡ଼ିଥିଲା । ପୁଅ ଜେଲ ଯିବା ପରେ ଏବେ ପିତା ପାଇଁ ବି ସମସ୍ୟା ଆହୁରି ବଢ଼ିଯାଇଛି ।

Get real time updates directly on you device, subscribe now.