fbpx

PoKରେ ଭାସିଗଲା ଚୀନ୍ ତିଆରି କରିଥିବା ବଡ଼ ବ୍ରିଜ୍: ପାକିସ୍ତାନରୁ କଟିଲା ସଂଯୋଗ, ଦେଖନ୍ତୁ Video

ଭୁଜଫରାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଚୀନ୍ ତିଆରି କରିଥିବା ଏକ ବଡ଼ ବ୍ରିଜ୍ ଚାହୁଁ ଚାହୁଁ ପାଣିରେ ଭାସିଯିବାର ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଳବାୟୁ ପରିବର୍ତ୍ତନ କେତେ ଯେ କ୍ଷତିକାରକ, ତାହା ଏହି ଭିଡିଓ ଦେଖିଲେ ଜଣାପଡୁଛି । କାହିଁକି ନା ଗ୍ଲେସିୟରର ବିସ୍ଫୋରଣ ଯୋଗୁଁ ଏପରି ଘଟଣା ଘଟିଥିବା କୁହାଯାଉଛି ।

ବନ୍ୟା ହେତୁ ଭାସିଯାଇଥିବା ଏହି ବ୍ରିଜଟି ଚୀନ୍ ଏବଂ ପାକିସ୍ତାନକୁ ସଂଯୋଗ କରୁଥିବା ମୁଖ୍ୟ ସେତୁ ଥିଲା । ଏହା ସହ ଚୀନ୍ ପାକିସ୍ତାନ ଅର୍ଥନୈତିକ କରିଡରର ଏକ ଅଂଶ, ଯେଉଁଥିରେ ଚୀନ୍ ବହୁ ଖର୍ଚ୍ଚ କରିଛି । ପାକିସ୍ତାନ ଅଧିକୃତ କାଶ୍ମୀରରେ (ପିଓକେ)ରେ ପାକିସ୍ତାନ ଏବଂ ଚୀନ୍ କୁ ସଂଯୋଗ କରୁଥିବା ମୁଖ୍ୟ ବ୍ରିଜଟି ଗ୍ଲେସିୟର ବିସ୍ଫୋରଣ ହେତୁ ଭାସିଯାଇଛି ।

ଏହି ବ୍ରିଜଟି ପିଓକେର ଗିଲଗିତ-ବାଲ୍ଟିସ୍ତାନ ଅଞ୍ଚଳର କାରାକୋରାମ ହାଇୱେରେ ନିର୍ମିତ ହୋଇଥିଲା । ଅଚାନକ୍ ପ୍ରବଳ ଜଳ ପ୍ରବାହିତ ହେବା କାରଣରୁ ଏହା ଭାସିଯାଇଥିଲା । ସବୁଠୁ ବଡ କଥା ହେଉଛି ଏହି ବ୍ରିଜକୁୁ ପାକିସ୍ତାନ ଅଧିକୃତ କାଶ୍ମୀରରେ ଚୀନ୍ ନିର୍ମାଣ କରିଥିଲା । ଏହାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଖବର ଅନୁଯାୟୀ, ଏହି ଦୁର୍ଘଟଣା ଯୋଗୁଁ ହଜାର ହଜାର ପର୍ଯ୍ୟଟକ ବ୍ରିଜର ଉଭୟ ପାର୍ଶ୍ୱରେ ଫସି ରହିଛନ୍ତି ।

Get real time updates directly on you device, subscribe now.