fbpx

ବଲିଉଡ୍ ମୋତେ ଟଙ୍କା ଦେଇ ପାରିବ ନାହିଁ, ତେଣୁ ମୁଁ ଅଯଥାରେ କାହିଁକ ସମୟ ବର୍ବାଦ କରିବି: ମହେଶ ବାବୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ଭାରତବର୍ଷରେ ସାଉଥ୍ ଫିଲ୍ମର କ୍ରେଜ୍ ଚାଲିଥିବା ବେଳେ ବଲିଉଡ ଏକପ୍ରକାର ଫିକା ପଡ଼ିଯାଇଛି । ତେବେ ଏହା ମଧ୍ୟରେ କିଛି ଫିଲ୍ମ ଅଭିନେତା, ନିର୍ମାତାଙ୍କ ବୟାନ ଏହି ପ୍ରସଙ୍ଗକୁ ବିବାଦ ଆଡ଼କୁ ଟାଣି ନେଉଛି । କିଛି ଦିନ ପୂର୍ବରୁ ସାଉଥ୍ ଷ୍ଟାର କିଚ୍ଚା ସୁଦୀପ ଓ ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ତେବେ ଏହି କ୍ରମରେ ଯୋଡ଼ି ହୋଇଛନ୍ତି ସାଉଥ ସୁପରଷ୍ଟାର ମହେଶ ବାବୁ ।

ବଲିଉଡ୍ ପ୍ରସଙ୍ଗରେ ମହେଶ କହିଛନ୍ତି ଯେ, ହିନ୍ଦି ଫିଲ୍ମରେ ଅଭିନୟ କରିବା ପାଇଁ ମୋତେ ଅନେକ ଅଫର ମିଳିଛି । ମାତ୍ର ସେମାନେ ମୋତେ ଆଫୋର୍ଡ କରିପାରିବ ନାହିଁ, ତେଣୁ ମୁଁ ଏପରି ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହୁଁନାହିଁ । ହିନ୍ଦି ଫିଲ୍ମରେ କାମ କରି ମୁଁ ଅଯଥାରେ ନିଜର ଟାଇମ୍ ବର୍ବାଦ କରିବା ସପକ୍ଷରେ ନାହିଁ । ମୋତେ ସାଉଥ୍ ଇଣ୍ଡଷ୍ଟ୍ରିରେ ଷ୍ଟାରଡମ୍ ଓ ଇଜ୍ଜତ ମିଳିଛି, ଏହା ମୋ ପାଇଁ ବହୁତ ବଡ଼ କଥା । ତେଣୁ ମୁଁ ଏହି ଇଣ୍ଡଷ୍ଟ୍ରିକୁ ଛାଡ଼ି ଅନ୍ୟ ଇଣ୍ଡଷ୍ଟ୍ରିକୁ ଯିବାକୁ ଚାହୁଁନାହିଁ । ମୁଁ ସର୍ବଦା ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ କିଛି ନୂଆ କରି ଦେଖାଇବାକୁ ଚାହୁଁଛି । ମୋର ସ୍ୱପ୍ନ ଏବେ ସତ୍ୟରେ ପରିଣତ ହେବାକୁ ଯାଉଛି ଓ ଏହାଦ୍ୱାରା ମୁଁ ଅଧିକ ଖୁସି ଅଛି ।

ସୂଚନାଯୋଗ୍ୟ ଯେ, ମହେଶଙ୍କ ଶେଷ ଫିଲ୍ମ ‘ସାରିଲେରୁ ନିକେଭାରୁ’ ଗତ ୨୦୨୦ରେ ପରଦାକୁ ଆସିଥିଲା । ଖୁବଶୀଘ୍ର ମହେଶ ତାଙ୍କ ଫିଲ୍ମ ‘ସରକାରୁ ଭାରି ପେଟ୍ଲା’ରେ ନଜର ଆସିବେ । ଏହି ଫିଲ୍ମଟି ଆସନ୍ତା ୧୨ ତାରିଖରେ ସିନେମା ଘରେ ରିଲିଜ୍ ହେବ । ନିକଟରେ ରିଲିଜ ହୋଇଥିବା ଅନେକ ସାଉଥ୍ ଫିଲ୍ମ କମାଲ୍ କରି ସାରିଥିବା ବେଳେ ଏହି ଫିଲ୍ମଟି ଦର୍ଶକଙ୍କୁ କେମିତି ଲାଗିବା ତାହା ସସପେନ୍ସ ମଧ୍ୟରେ ରହିଛି ।

Get real time updates directly on you device, subscribe now.