fbpx

ଆମେ କରୋନା ବିରୋଧରେ ଏକ ଲୋକକେନ୍ଦ୍ରିକ ରଣନୀତି ଗ୍ରହଣ କରିଛୁ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦ୍ୱିତୀୟ ଗ୍ଲୋବାଲ କୋଭିଡ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ ଭାରତରେ କରୋନା ବିରୋଧରେ ଏକ ଲୋକକେନ୍ଦ୍ରିକ ରଣନୀତି ଗ୍ରହଣ କରାଯାଇଛି। ଭାରତର ଟୀକାକରଣ କାର୍ଯ୍ୟକ୍ରମ ହେଉଛି ବିଶ୍ୱର ସବୁଠାରୁ ବଡ । ସେ ଏହା ମଧ୍ୟ କହିଛନ୍ତି ଯେ ବାର୍ଷିକ ସ୍ୱାସ୍ଥ୍ୟସେବା ବଜେଟରେ ଆମେ ସର୍ବାଧିକ ଆବଣ୍ଟନ କରିଛୁ।

ଭାରତରେ ବିଶ୍ୱର ସର୍ବବୃହତ କୋଭିଡ ଟୀକାକରଣ ଅଭିଯାନ ଜାରି ରହିଛି। ଭାରତରେ ପ୍ରାୟ ୯୦ ପ୍ରତିଶତ ବୟସ୍କଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ କରାଯାଇଛି। ଏହା ସହିତ ପ୍ରାୟ ୫୦ ନିୟୁତ ପିଲାଙ୍କୁ ମଧ୍ୟ ଟୀକାକରଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଏହା ସହ ଆମେ ୯୮ ଟି ଦେଶକୁ ପ୍ରାୟ ୨୦୦ ନିୟୁତ ଟିକା ଡୋଜ ପଠାଇଛୁ।

ଏହା ସହ ସେ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଉନ୍ନତି ଏବଂ ମଜବୁତ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ତ।।ଙ୍କ ସମ୍ବୋଧନରେ କହିଛନ୍ତି। ଏହି ପ୍ରୟାସରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ । ଏଥିପାଇଁ ଆମକୁ ଏକ ସ୍ଥାୟୀ ବିଶ୍ୱ ଯୋଗାଣ ଶୃଙ୍ଖଳା ନିର୍ମାଣ କରିବା ଏବଂ ଟୀକା ଏବଂ ଔଷଧର ପ୍ରବେଶକୁ ସକ୍ଷମ କରିବା ଆବଶ୍ୟକ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିଶ୍ୱ ସମୁଦାୟର ଜଣେ ଦାୟିତ୍ୱ ବାନ ସଦସ୍ୟ ଭାବରେ ଭାରତ ଏହି ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ।

Get real time updates directly on you device, subscribe now.