fbpx

ଚେନ୍ନାଇକୁ ମିଳୁନି ଭାଗ୍ୟର ସାଥ: ନଟ ଆଉଟରେ ବି ରିଭ୍ୟୁ ନ ନେଇ ପାରି ପାଭିଲିୟନ ଫେରିଲେ କନୱେ

ମୁମ୍ବାଇ: ଚଳିତ IPLରେ ଚେନ୍ନାଇ ସୁପର କିଙ୍ଗସକୁ ସତେ ଯେମିତି କାହା ନଜର ଲାଗି ଯାଇଛି । ଭାଗ୍ୟ ବି ଏଥର ଚେନ୍ନାଇର ସାଥ ଦେବାକୁ ମନା କରି ଦେଇଛି । ଆହତ ସମସ୍ୟା ଏବେ ପର୍ଯ୍ୟନ୍ତ ଦଳର ଚିନ୍ତା ରହିଛି । ଜଣକ ପରେ ଜଣେ ଷ୍ଟାର ଖେଳାଳି ଦଳରୁ ବାଦ ପଡିଛନ୍ତି । ଏହାପରେ ବି ଦଳ ପାଇଁ ଚିନ୍ତା ବଢିବାରେ ଲାଗିଛି । ମୁମ୍ବାଇ ବିପକ୍ଷ ଘଡିସନ୍ଧି ମ୍ୟାଚରେ ମଧ୍ୟ ଏପରି କିଛି ଘଟିଛି ଚେନ୍ନାଇ ସହ । ଭୁଲ ଡିସିସନର ଶିକାର ହୋଇ ଆଉଟ ହୋଇଛନ୍ତି ଓପନର ଡେଭନ କନୱେ ।

ସୂଚନା ଅନୁସାରେ, କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଠାରେ ବିଦ୍ୟୁତ ସମସ୍ୟା ଦେଖାଦେଇଥିଲା । ଫଳରେ ଗୋଟିଏ ପାଶ୍ୱର୍ରେ ଲାଇଟ ବ୍ୟବସ୍ଥା ଅଚଳ ହୋଇ ପଡିଥିବା ବେଳେ ଟସ ମଧ୍ୟ ସାମାନ୍ୟ ବିଳମ୍ବ ହୋଇଥିଲା । ତେବେ ଠିକ ସମୟରେ ମ୍ୟାଚ ଆରମ୍ଭ ହୋଇଥିଲେ ହେଁ, ଏହାର ପରିଣାମ ଚେନ୍ନାଇକୁ ଭୋଗିବାକୁ ପଡିଛି । ଓପନର ଡେଭନ କନୱେଙ୍କୁ ଭୁଲ ନିଷ୍ପତ୍ତିର ଶିକାର ହୋଇ ପାଭିଲିୟନ ଫେରିବାକୁ ପଡିଛି । ଡାନିଏଲ ସାମ୍ସଙ୍କ ବଲରେ ଲେଗ ବିଫୋର ୱିକେଟ ହୋଇଥିଲେ କନୱେ । କିନ୍ତୁ ପାୱାର ସପ୍ଲାଏ ହୋଇ ନଥିବାରୁ ଏହାର ରିଭ୍ୟୁ ନେଇ ପାରି ନଥିଲେ । ଫଳରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ମାନି ଆଉଟ ହୋଇଥିଲେ । ପରେ ଏହା ଲେଗ ଷ୍ଟମ୍ପ ମିସ କରୁଥିବା ସ୍ପଷ୍ଟ ହୋଇଥିଲା । ତେବେ ଏହି ଘଟଣା ଚେନ୍ନାଇ ଫ୍ୟାନ୍ସମାନଙ୍କ ମନ ଭାଙ୍ଗି ଦେଇଛି ।

ତେବେ କିଛି ସମୟ ପରେ ଷ୍ଟାଡିୟମରେ ବିଜୁଳି ସମସ୍ୟା ଦୂର ହେବା ପରେ ସ୍ୱାଭାବିକ ଭାବରେ ଖେଳ ଚାଲୁ ରହିଛି । ଭଲ ଷ୍ଟାର୍ଟ ନ ମିଳିବାରୁ ଏକ ହରଣଘଡାରେ ପଡିଛି ଚେନ୍ନାଇ । ଫଳରେ ମାତ୍ର ୯୭ ରନରେ ନିଜର ସମସ୍ତ ୱିକେଟ ହରାଇଛି ଧୋନୀବାହିନୀ । ସେହିପରି ମୁମ୍ବାଇ ମଧ୍ୟ ରନ କରିବା ପାଇଁ ସଂଘର୍ଷ ଜାରି ରଖିଛି । ତେବେ ଏହି ମ୍ୟାଚ ଚେନ୍ନାଇ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ ରହିଛି ।

Get real time updates directly on you device, subscribe now.