fbpx

ଏକତରଫା ପ୍ରେମର ଭୟାଭୟ ପରିଣତି; ୪ ଜଣଙ୍କୁ ଜାଳିଦେଲା ପ୍ରେମିକ ନିଜେ କଲା ଆତ୍ମହତ୍ୟା

ଉତ୍ତରପ୍ରଦେଶ: ଏକତରଫା ପ୍ରେମର ଜଘନ୍ୟ କାଣ୍ଡ ଘଟାଇଛନ୍ତି ଯୁବକ । ଶନିବାର ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରୁ ଆସିଥିବା ଖବର ମୁତାବକ ଏକତରଫା ପ୍ରେମରେ ପଡ଼ି ଜଣେ ଯୁବକ ପ୍ରେମିକା ସହ ତାଙ୍କର ପରିବାରର ଲୋକଙ୍କୁ ପେଟ୍ରୋଲରେ ଜାଳି ଦେଇଛି । ଏହାପରେ ସମ୍ପୃକ୍ତ ଯୁବକ ଜଣକ ନିଜର ପ୍ରାଣ ମଧ୍ୟ ନେଇ ଯାଇଛନ୍ତି । ଏହି ଘଟଣା ବିଷୟରେ ଗୋଣ୍ଡା ପୋଲିସ ଉପାଧକ୍ଷ୍ୟ ଲକ୍ଷ୍ମୀକାନ୍ତ ଗୌତମ କହିଛନ୍ତି ଯେ, ଅଚଲପୁର ଗ୍ରାମର ରାମନାଥଙ୍କ ୧୮ ବର୍ଷର ଝିଅ ନନ୍ଦନୀଙ୍କୁ ବିବାହ କରିବା ଲାଗି ତାଙ୍କ ପରିବାର ଉପରେ ଯୁବକ ଜଣକ ଚାପ ପକାଉଥିଲେ ।

ତେବେ ବିବାହ ପାଇଁ ମନା କରିଦେବାରୁ ଯୁବକ ଜଣକ ପ୍ରଥମେ ରାମନାଥ, ନନ୍ଦନୀ, ମହେଶ ଏବଂ ନିର୍ମଳାଙ୍କ ଉପରେ ପେଟ୍ରୋଲ ପକାଇ ଜାଳି ଦେବା ପରେ ନିଜେ ଆତ୍ମଦାହ କରିଥିଲା । ଏସପି କହିଛନ୍ତି ଯେ ନିଆଁରେ ଜଳି ଯାଇଥିବା ଲୋକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି । ଏହା ସହ ମୃତକ ବିମଲଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ବର୍ତ୍ତମାନ ଏହି ବିଷୟରେ ଗଭୀର ଅନୁସନ୍ଧାନ ଜାରି ରଖିଥିବା ସେ କହିଛନ୍ତି ।

Get real time updates directly on you device, subscribe now.