fbpx

ଏହି ସରକାରୀ କମ୍ପାନୀରେ ୮ମ ପାସଙ୍କ ପାଇଁ ନିଯୁକ୍ତି ସୁଯୋଗ, ରହିଛି ୪୦୦ ରୁ ଅଧିକ ଭାକେନ୍ସୀ, ଜଲଦୀ କରନ୍ତୁ ଆବେଦନ

Advertisement

ସାଉଥ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ, ଏସଇସିଏଲରେ ବିଭିନ୍ନ ଅପରେଟର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଇଚ୍ଛୁକ ଆଶାୟୀ ପଞ୍ଜୀକୃତ ଡାକ ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ୨୩ ମେ ୨୦୨୨ ଶେଷ ତାରିଖ ରହିଛି । ସମୁଦାୟ ୪୪୦ ପଦରେ ଭର୍ତ୍ତି ନିମନ୍ତେ ବିଜ୍ଞପ୍ତି ଜାରି ହୋଇଛି । ଯେଉଁଥିରେ ଡମ୍ପର ଅପରେଟର ପାଇଁ ୩୫୫, ଡୋଜର ଅପରେଟର ପାଇଁ ୬୪ ଏବଂ ଲୋଡର ଅପରେଟର ପାଇଁ ୨୧ ପଦ ରହିଛି ।

ଯୋଗ୍ୟତ: ପଦରେ ଆବେଦନ ପାଇଁ ଆଶାୟୀ ୮ମ ପାସ୍ ହୋଇଥବା ଆବଶ୍ୟକ । ଏହା ସହ ବୈଧ ଡ୍ରାଇଭିଙ୍ଗ ଲାଇସେନ୍ସ ରହିଥିବା ଆବଶ୍ୟକ । ଅଧିକ ଶିକ୍ଷାଗତ ଯୋଗ୍ୟତା ଏବଂ ଆୟୁସୀମା ପାଇଁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ । ପଦରେ ଆଶାୟୀଙ୍କ ଚୟନ ଟ୍ରେଡ ଟେଷ୍ଟ ମାଧ୍ୟମରେ କରାଯିବ ।

ଦେଖନ୍ତୁ ଅଫିସିଆଲ ନୋଟିଫିକେଶନ । http://secl-cil.in/writereaddata/89YR02052022.pdf

Get real time updates directly on you device, subscribe now.