fbpx

ରିଟାୟାରମେଣ୍ଟ ଟ୍ୱିଟକୁ ଅଚାନକ କାହିଁକି ଡିଲିଟ କଲେ ରାୟୁଡୁ?: ରହସ୍ୟ ଖୋଲିଲେ ଚେନ୍ନାଇର ସିଇଓ

ନୂଆଦିଲ୍ଲୀ: ରିଟାୟାରମେଣ୍ଟ ନେଇ କରିଥିବା ଟ୍ୱିଟକୁ ଏବେ ଡିଲିଟ କରି ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ଷ୍ଟାର କ୍ରିକେଟର ଅମ୍ବାତି ରାୟୁଡୁ । ଏହାପରେ ତାଙ୍କ ଫ୍ୟାନ୍ସମାନଙ୍କୁ ପାଇଁ ଟିକିଏ ଆଶ୍ୱସ୍ତି ମିଳିଛି । ତେବେ ରାୟୁଡୁ ରିଟାୟାରମେଣ୍ଟ ନେଇ ଟ୍ୱିଟ କରିବାର ମାତ୍ର କିଛି ସମୟ ପରେ ଏହାକୁ ଡିଲିଟ କରି ଦେଇଛନ୍ତି । ଏହାର କାରଣ ନେଇ ସୂଚନା ଦେଇଛନ୍ତି ସିଏସକେର ସିଇଓ କାଶୀ ବିଶ୍ୱନାଥନ ।

Ambati Rayudu announces retirement from IPL, and then deletes tweet | Sports News,The Indian Express

ଟ୍ୱିଟରେ ରାୟୁଡୁ ଲେଖିଥିଲେ ଯେ, ‘ଖୁସିର ସହିତ ମୁଁ ଏହା ଘୋଷଣା କରିବାକୁ ଚାହେଁ ଯେ ଚଳିତ IPL ସିଜନ ମୋ କ୍ୟାରିୟରର ଶେଷ ସିଜନ ହେବ । ଗତ ୧୩ ବର୍ଷରେ ମୁଁ ୨ଟି ସଫଳ ଦଳ ସହ ଖେଳିବାର ସୁଯୋଗ ପାଇଛି । ସେଥିପାଇଁ ଉଭୟ ଦଳକୁ ଧନ୍ୟବାଦ ।’ ତେବେ ଟ୍ୱିଟ କରିବାର କିଛି ସମୟ ପରେ ଏହି ପୋଷ୍ଟକୁ ଡିଲିଟ କରି ଦେଇଥିଲେ ରାୟୁଡୁ । ଏ ନେଇ ସେ କିଛି କହିିବା ପୂର୍ବରୁ ଦଳର ସିଇଓ ରାୟୁଡୁଙ୍କ ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଚଳିତ ସିଜନରେ ଦଳର ଏବଂ ନିଜର ଖରାପ ପ୍ରଦର୍ଶନ ରାୟୁଡୁଙ୍କୁ ନିରାଶ କରିଛି । ଫଳରେ ସେ ଏମିତି ଏକ ନିଷ୍ପତ୍ତି ନେଉଥିଲେ । କିନ୍ତୁ ଏବେ ସେ ଏହାକୁ ଡିଲିଟ କରି ସାରିଛନ୍ତି । ତେଣୁ ନିଶ୍ଚିତ ଭାବରେ ସେ IPL ୨୦୨୨ ପରେ ରିଟାୟାର ହେଉ ନାହାନ୍ତି ବୋଲି କହିଛନ୍ତି କାଶୀ ବିଶ୍ୱନାଥନ ।

IPL 2022: CSK's Ambati Rayudu completes 4,000 IPL runs, joins ELITE list of MS Dhoni, Virat Kohli and Rohit Sharma | Cricket News | Zee News

ପ୍ରଥମ ଥର ପାଇଁ ରାୟୁଡୁ ଏଭଳି କାମ କରି ନାହାନ୍ତି । ପୂର୍ବରୁ ୨୦୧୯ ବିଶ୍ୱକପରେ ତାଙ୍କୁ ଦଳରେ ଚୟନ କରା ନଯିବାରୁ ସେ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ । କିନ୍ତୁ ପରେ ଡିଲିଟ କରିବା ସହ ରେ ପୁଣି ଥରେ IPL ଖେଳିବା ପାଇଁ ଫେରିଥିଲେ । ମୋଟ ୧୮୭ IPL ମ୍ୟାଚରୁ ୧ ଶତକ ଏବଂ ୨୨ ଅର୍ଦ୍ଧଶତକ ସହ ସେ ୪୧୮୭ ରନ ସଂଗ୍ରହ କରିଛନ୍ତି । ତେବେ ଭାରତ ପକ୍ଷରୁ ୫୫ ଦିନିକିଆରୁ ୩ ଶତକ ଏବଂ ୧୦ ଅର୍ଦ୍ଧଶତକ ସହ ୧୬୯୪ ଏବଂ ୬ ଟି-୨୦ରୁ ମାତ୍ର ୪୨ ରନ କରିବାରେ ସଫଳ ହୋଇ ପାରିଛନ୍ତି ଅମ୍ବାତି ରାୟୁଡୁ ।

Get real time updates directly on you device, subscribe now.