fbpx

ଆଜି ପ୍ଲେଅଫକୁ ଯାଇ ପାରିବ କି ସୁପର ଜିଆଣ୍ଟସ?: ରାଜସ୍ଥାନ ଦେଲା ୧୭୯ ରନର ବିଶାଳ ଲକ୍ଷ୍ୟ

ମୁମ୍ବାଇ: IPL ୨୦୨୨ର ପ୍ଲେଅଫରେ ପହଞ୍ଚିବା ପାଇଁ ମାତ୍ର ୧୭୯ ରନ ପଛରେ ରହିଛି ଲକ୍ଷ୍ନୌ । ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୧୭୮ ରନ ସଂଗ୍ରହ କରିଛି । ଦଳର ଦମଦାର ପ୍ରଦର୍ଶନ ଫଳରେ ଏକ ବିଶାଳ ସ୍କୋର ଛିଡା କରିବାରେ ସଫଳ ହୋଇପାରିଛି ରାଜସ୍ଥାନ । ତେବେ କେବଳ ଜୋସ ବଟଲର ୨ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନଭ୍କ ଛୋଟ ଛୋଟ ପାଳି ଦଳକୁ ଏହି ସ୍କୋରରେ ପହଞ୍ଚାଇଛି ।

ପାଳି ଆରମ୍ଭ କରିଥିବା ଜଏସ୍ୱାଲ ଆଜି ଖୁବ ସୁନ୍ଦର ଫର୍ମରେ ଥିବା ବେଳେ ଜୋସ ବଟଲର କିନ୍ତୁ ମାତ୍ର ୨ ରନରେ ଆବେଶ ଖାନଙ୍କ ଶିକାର ହୋଇଯାଇଥିଲେ । ଏହାପରେ ଅଧିନାୟକ ସଞ୍ଜୁ ସାମସନ ୨୪ ବଲରୁ ୩୨ ରନର ଧୂଆଁଧାର ପାଳି ଖେଳି ଦଳର ମନୋବଳ ବଢାଇ ଦେଇଥିଲେ । ତେଣୁ ତାଙ୍କ ପରେ ଦେବଦତ୍ତ ପାଡିକ୍କଲ ମଧ୍ୟ ୧୮ ବଲରୁ ୨ଟି ଛକା ଏବଂ ୫ଟି ଚୌକା ସହ ୩୯ ରନର ଏକ ଦମଦାର ପାଳି ଖେଳି ଜଏସ୍ୱାଲଙ୍କ ଖୁବ ସାଥ ଦେଇଥିଲେ । ଏହି ସମୟରେ ଆୟୁଶ ବଦୋନୀଙ୍କ ବଲରେ ପାଭିଲିୟନ ଫେରିଥିଲେ ଜଏସ୍ୱାଲ । ଏହାପରେ ରିୟାନ ପରାଗ(୧୯), ଜେମସ ନିଶମ(୧୪), ରବିଚନ୍ଦ୍ରନ ଅଶ୍ୱୀନ(୧୦) ଏବଂ ଟ୍ରେଣ୍ଟ ବୋଲଟ(୧୭) ରନ କରିଛନ୍ତି । ତେବେ ଜଏସ୍ୱାଲଙ୍କ ୪୧ ରନ ଏବଂ ଅନ୍ୟ ସମସ୍ତଙ୍କ ଦମଦାର ପାଳି ପରେ ୧୭୯ ରନର ଟାର୍ଗେଟ ଦେଇଛି ରାଜସ୍ଥାନ ।

ଅନ୍ୟ ପକ୍ଷରେ ଲକ୍ଷ୍ନୌ ପକ୍ଷରୁ ୮ ଜଣ ବୋଲରଙ୍କୁ ବ୍ୟବହାର କରିଥିଲେ ସୁପର ଜିଆଣ୍ଟସର ଅଧିନାୟକ କେ.ଏଲ ରାହୁଲ । ତେବେ ରବି ବିଷ୍ଣୋଇ ୨ଟି ୱିକେଟ ନେବା ସହ ସଫଳ ବୋଲର ପାଲଟିଛନ୍ତି । ତାଙ୍କ ବ୍ୟତୀତ ଆବେଶ ଖାନ, ଜାସନ ହୋଲ୍ଡର ଏବଂ ଆୟୁଶ ବଦୋନୀଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି । ତେବେ ଦ୍ୱିତୀୟ ଇନିଂସ ଆରମ୍ଭ ପୂର୍ବରୁ ପ୍ଲେଅଫରୁ ମାତ୍ର ୧୭୯ ରନ ପଛରେ ରହିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ ।

Get real time updates directly on you device, subscribe now.